ତୁମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ରାଉରକେଲା,୦୬/୦୨/୨୦୨୪ (ଓଡ଼ିଶା ସମାଚାର)- ତୁମକେଲା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୪ତମ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶିପ୍ରା କୁମାରୀ ମହାନ୍ତିଙ୍କ ସଭାପତିତ୍ବ ଓ ଶିକ୍ଷୟିତ୍ରୀ ରାଜଶ୍ରୀ ପରିଜାଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ରା ସହ ଶିକ୍ଷାଧିକାରୀ କୃପାସିନ୍ଧୁ ପତି, ସେକ୍ଟର ୧୮ ବିବେକାନନ୍ଦ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରଶ୍ମିତ ସାହାଣୀ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭୀମସେନ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଗୋଲାପି ଲୋହାର, ପ୍ରାକ୍ତନ ଅଧ୍ୟକ୍ଷ ପ୍ରେମ ପଶାୟତ,କବି କୁଞ୍ଜବିହାରୀ ରାଉତ ପ୍ରଥମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଭାପତିତ୍ବ ଅଭିଭାଷଣ ରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାନ୍ତି ବାର୍ଷିକ ବିବରଣୀ ଓ ବିଦ୍ୟାଳୟ ଦ୍ବାରା ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗଣ ସେମାନଙ୍କ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ସୁନାଗରିକ ସହ ସଂସ୍କାରୀ ତଥା ଶିକ୍ଷା ମନସ୍କ ହେବାପାଇଁ ପରାମର୍ଶ ଦେଇଥିଲେ। ଏହା ସହ ଛାତ୍ର ଛାତ୍ରୀଙ୍କ ଆଭ୍ୟନ୍ତରୀଣ ଗୁଣର ବିକାଶ ପାଇଁ କେବଳ ଶିକ୍ଷକ ଶିକ୍ଷୟିତ୍ରୀ ନୁହଁନ୍ତି ଅଭିଭାବକ ମାନେ ମଧ୍ୟ ଚେଷ୍ଠା କରିବା ଦରକାର ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରି ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକ ଡ୍ରାମା ଓ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସସ୍ମିତା ପ୍ରଧାନ, ପରିଚାଳନା କମିଟିର ରାଧା ଖାଡିଆ,ମୀନୁ ଇନ୍ଦୁଆର ପ୍ରମୁଖ ଉପସ୍ଥିତ ଥିଲାବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ବରିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ ପ୍ରଧାନ, ସରସ୍ଵତୀ ପଟେଲ, ମମତାମୟୀ ପଟେଲ, ରଶ୍ମିତା ଜେନା, ସସ୍ମିତା ସାହୁ, ସହାୟକ ଶିକ୍ଷକ ଦେବାଶିଷ ଦେ,ରିନୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସଂଯୋଜିକା ରାଜଶ୍ରୀ ଅତିଥି ପରିଚୟ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *