ନାରୀ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳିତ

ଦଶରଥପୁର, ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଯାଜପୁର ଜିଲ୍ଲା ଅନ୍ତର୍ଗତ ଦଶରଥପୁର ବ୍ଲକ୍ ଅନ୍ତର୍ଗତ ନାରୀ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ପଚାଶ ବର୍ଷ ପୂର୍ତ୍ତି ପାଳନ ଅବସର ରେ “ସୁବର୍ଣ୍ଣ ଜୟନ୍ତୀ ଉତ୍ସବ”ମହା ସମାରୋହ ଗତ ୨୩, ଓ ୨୪ତାରିଖ ଦୁଇ ଦିନ ଧରି ପାଳିତ ହୋଇ ଯାଇଛି । ୨୩ତାରିଖ ଦିନ ଉଦ୍ଘାଘାଟକ ଭାବେ ଓଡିଶା ବିଧାନ ସଭାର ପ୍ରଥମ ମହିଳା ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ଯୋଗ ଦେଇ ସୁବର୍ଣ୍ଣ ଜୟନ୍ତୀ ଉଦ୍ଘାଟନ କରିଥିଲେ ଓ ଭାରତରତ୍ନ ବାବା ସାହେବ ଆଂବେଦକର, ଯାତୀର ପିତା, ମଧୁବାବୁ, ଗୋପବନ୍ଧୁ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଇଁ ପ୍ରିତି ରଞ୍ଜନ ଘଡେ଼ଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ ଗାଁ ଉଚ୍ଚ ବିଦ୍ୟାଳୟ ପଚାଶ ବର୍ଷ ତଳେ ତିଆରି ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛି ଓ ପୁରାତନ ଛାତ୍ର ଛାତ୍ରୀ, ଅଭିଭାବକ ମାନଙ୍କୁ ପୁଣି ଏକାଠି ହେଲେ ଓ ମିଳନ ର ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରି ଛନ୍ତି ଏହା ଏକ ବାସ୍ତବ ରେ ଏକ ସୁବର୍ଣ୍ଣ ମୁହୁର୍ତ୍ତ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ଓ ମାନ୍ୟବର ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ଙ୍କ ତତ୍ବାବଧାନ ରେ ଏ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଓ ଶିକ୍ଷାର ବିକାଶ ହେଉଛି ଏହା ଅତ୍ୟନ୍ତ ଖୁସି ର ବିଷୟ । ଅନୁଷ୍ଠାନ ର ଉନ୍ନତି ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ପ୍ରତିଶ୍ରୁତି ଦେଇ ଛନ୍ତି । ପ୍ରଥମ ଦିନ ଶ୍ରୀ ସଞ୍ଜୀବ କୁମାର ସାମଲ ପୌରହିତ୍ୟ ରେ ଅନୁଷ୍ଠିତ ଉକ୍ତ ବୈଠକରେ ଅଧ୍ୟାପକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାମଲ ସ୍ତୋତ ପାଠ କରିଥିଲେ, ଶ୍ରୀ ଶୈରେନ୍ଦ୍ର ସାମଲ ବିବରଣୀ ପାଠ କରିଥିଲେ । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଶଶିକାନ୍ତ ଦାଶ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ମୋନାଲିସା ଭୂୟାଁ ବିଦ୍ୟାଳୟ ସମ୍ପର୍କ ରେ ସୂଚନା ଦେଇ କହିଥିଲେ ଯେ ବିଦ୍ୟାଳୟ ରେ ବହୁ ପ୍ରତିଭା ବାନ ଛାତ୍ର ଛାତ୍ରୀ ଅଛନ୍ତି ଓ ତାଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରାଯାଉଛି । ଶ୍ରୀ ଗୌରାଙ୍ଗ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ୨୪ତାରିଖ ଦିନ ମୂଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ସରକାର ଙ୍କ ଶିକ୍ଷାର ଉନ୍ନତି ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଉଦ୍ୟମ ଜାରି ରଖିଛନ୍ତି ବୋଲି ପ୍ରକାଶ କରି ଥିଲେ । ମୁଖ୍ୟବକ୍ତା ଭାବେ ଶ୍ରୀ ମନୋରଞ୍ଜନ ମହାନ୍ତି ପୃଥିବୀ ର ବହୁ ଲୋକପ୍ରିୟ ମହାପୁରୁଷ ଙ୍କ ଜୀବନୀ ଓ ଜୀବନ ଇତିହାସ ସମ୍ପର୍କ ରେ ଉଦାହରଣ ଦେଇ ଥିଲେ । ଅବସର ପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ ଡ, ପ୍ରମୋଦ କୁମାର ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ସଭା ରେ ବିଦ୍ୟାଳୟ ର ପୂର୍ବତନ ଛାତ୍ର ଅବସପ୍ରାପ୍ତ ପ୍ରାପ୍ତ ଅତିରିକ୍ତ ସଚିବ ଶ୍ରୀ ଅନୀଲ କୁମାର ନାୟକ ଛାତ୍ର ଜୀବନ ର ସ୍ମୃତି ଓ ଅନୁଭୂତିର ଜୀବନ ସଂପର୍କ ରେ ଆଲୋକ ପା ତ କରି ଅଭାବ ଥିବା ଶ୍ରେଣୀ ଗୃହ ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଥିଲେ । ସେହିପରି ଶ୍ରୀ ବିଶ୍ବମ୍ବର ମଲ୍ଲିକ ଆବଶ୍ୟକୀୟ ଖେଳ ସାମଗ୍ରୀ ପାଇଁ ୫୦, ୦୦୦ଅର୍ଥ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଛନ୍ତି । ଶ୍ରୀ ଶ୍ରୀକାନ୍ତ ଦାସ, ସରୋଜ ନାୟକ, ଶ୍ରୀବିଭୁଦେନ୍ଦୁ ନାୟକ ପ୍ରତିବର୍ଷ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଯଥାକ୍ରମେ ୨୦୦୦୦,୧୫୦୦୦,୧୦୦୦୦. ଲେଖାଏଁ ଅର୍ଥରାଶି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇସାରିଛନ୍ତି । ପ୍ରତି ଦିନ ସନ୍ଧ୍ୟା ରେ ସାଂସ୍କୃତିକ କାର୍ୟ୍ୟ କ୍ରମ ପରିବେଷଣ କରାଯାଇଥିଲା । ଦିନରେ ପ୍ରତିଷ୍ଠାତା ସଭ୍ୟ ଓ ପୁରାତନ ପ୍ରଧାନ ଶିକ୍ଷକ, ଶିକ୍ଷକ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଅପରାହ୍ନ ରେ ପୁରାତନ ଛାତ୍ର ଛାତ୍ରୀ ଅଭିଭାବକ ମାନଂକ ବନ୍ଧୁ ମିଳନ କରାଯାଇଥିବା ବେଳେ ଆରଂଭ ରେ ସ୍ଥାନୀୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ସହ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ କୁ ସଫଳ କରିବାରେ ଶ୍ରୀ ଜ୍ୟୋତି ଶଙ୍କର ନାୟକ, ଶ୍ରୀ ହିମାଂଶୁ ଶେଖର ସାମଲ,ସୁରେନ୍ଦ୍ର ମଲ୍ଲିକ ଜିତେନ୍ଦ୍ର ନାୟକ, ନିରଞ୍ଜନ, ବେହେରା, ଶିବ ପ୍ରସାଦ ସେଠୀ, ସୁରେନ୍ଦ୍ର ଦାଶ, ପ୍ରହଲ୍ଲାଦ ମଲ୍ଲିକ ସୁନୀଲ ମଲ୍ଲିକ, ଙ୍କ ସାହଯ୍ୟ ସହ ଯୋଗ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ । ଉଦଯାପନୀ ଦିବସ ରେ ଡ, ପ୍ରମୋଦ କୁମାର ମଲ୍ଲିକ ଙ୍କ ଦ୍ଵାରା ଲିଖିତ ଗୀତକବିତା ସଙ୍କଳନ” ପ୍ରୀତି ଗୀତି” ମୁଖ୍ୟ ଅତିଥି ଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *