ରାସ୍ତା ରୋକର ସ୍ୱର ଶବ୍ଦ ନାହିଁ, ହେଲେ ପୋଲିସ ଵ୍ୟଵ୍ୟସ୍ଥା କଡ଼ାକଡ଼ି

କଟକ ସଦର , ୧୪/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- ଅଭିଯୁକ୍ତ ମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯିବ ଵୋଲି କିଶନନଗର ଥାନା ପୋଲିସର ପ୍ରତିଶ୍ରୁତି ମିଳିଵା ପରେ ଗତ ମଙ୍ଗଳବାର ଦିନ ଥାନା ସମ୍ମୁଖରେ ଵିଜେପି ପକ୍ଷରୁ ଦିଆଯାଇଥିବା ଧାରଣା ହଟିଥିଲା। ହେଲେ ଏଥିରେ ଖିଲାପ ହେଲେ କନ୍ଦରପୁର-ପାରାଦୀପ ରାଜ୍ୟ ରାଜପଥକୁ ଅବରୋଧ କରାଯିବ ଵୋଲି ଥାନାରେ ଲିଖିତ ଚେତାବନୀ ଦିଆଯାଇଥିଲା। କଣ୍ଟ ପୁରିବା ପରେ ପ୍ରତିଶ୍ରୁତି ପୂରଣ ନହେବାରୁ ଆଜି ଗୁରୁବାର ପୂର୍ବାହ୍ନରେ ଵିଜେପି ନେତା ପ୍ରକାଶ ସେଠୀଙ୍କ ନେତୃତ୍ୱରେ କନ୍ଦରପୁର ପାରାଦୀପ ରାସ୍ତାର କମରପଦା ଠାରେ ରାସ୍ତାରୋକ କରାଯିବ ଵୋଲି ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଖଵର ଘୁରି ବୁଲିଲା। ଏଥିପାଇଁ ଆଇନ ଶୃଂଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ ପ୍ରଶାସନ ପକ୍ଷରୁ ରାସ୍ତାରେ ପୋଲିସ ବଳ ସଜାଗ ରହିବା ସହିତ ମାଜିଷ୍ଟ୍ରେଟ କିଶନନଗର ଠାରେ ଉପସ୍ଥିତ ରହିଥିଲେ। ହେଲେ ରାସ୍ତାରୋକ ର ଚିହ୍ନ ବର୍ଣ୍ଣ କେଉଁଠାରେ ଦେଖିଵାକୁ ମିଳିନଥିଲା। ଅନ୍ୟପକ୍ଷରେ କଟକ ସଦରରେ ଵିଜେଡି ଚାପରେ ଵିଜେପି ଚେପା ଵୋଲି ଚର୍ଚ୍ଚା ଜୋର ଧରିଥିଵା ଵେଳେ ଏକ ସମ୍ବେଦନଶୀଳ ଘଟଣାରେ ଵିଜେପି ନେତୃମଣ୍ଡଳୀଙ୍କ ନିରବତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *