୩୪ତମକୋଣାର୍କଉତ୍ସବରଚତୁର୍ଥ ସଂଧ୍ୟା

ମୋହିନୀୟାଟ୍ଟମ୍ ରେ ଶିବତତ୍ୱ ଓ ଓଡ଼ିଶୀରେ କୃଷ୍ଣରସ ମନ୍ତ୍ର ମୁଗ୍ଧକଲା

କୋଣାର୍କ,୦୪/୧୨/୨୦୨୩ (ଓଡ଼ିଶା ସମାଚାର)- ଶାସ୍ତ୍ରୀୟ ନୃତ୍ୟରେ ପୌରାଣିକ ପ୍ରସଙ୍ଗର ଅବତାରଣାଭାବ ଓ ଭକ୍ତିର ସଂଚାରକରେ  । ଏହି ଉକ୍ତିର ସତ୍ୟତାକୁ ପ୍ରକାଶ କରିଥିଲା ଅର୍କକ୍ଷେତ୍ରସୂର୍ଯ୍ୟମନ୍ଦିର ପାଦଦେଶ ଅନ୍ତର୍ଗତ ମୁକ୍ତାକାଶ ରଙ୍ଗମଂଚ  । ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟାକୁ ରସମୟ କରିବା ପାଇଁ ମଂଚ ପ୍ରବେଶ କରିଥିଲେ ମୋହିନୀ ୟାଟ୍ଟମ୍ ନୃତ୍ୟ ପଟ୍ଟୟସୀ ପଲ୍ଲବୀ କ୍ରିଷ୍ଣନ୍  । କେରଳର ଲସ୍ୟ ଏକାଡ଼େମୀ  ଅଫ୍ ମୋହିନୀୟାଟ୍ଟମ୍ ର ଶିଳ୍ପୀଙ୍କ ସହ ପଲ୍ଲବୀଙ୍କର ପ୍ରଥମ ପ୍ରସ୍ତୁତିରେ ଆଦି ଶଙ୍କରାଚାର୍ଯ୍ୟ ବିରଚିତ ନମଃଶିବାୟ ପଂଚାକ୍ଷର ଆଧାରରେ ଶିବତତ୍ୱର ମଂଚାୟନ ହୋଇଥିଲା  । ଦ୍ୱିତୀୟ ଚରଣରେ ମାଲାୟାଲମ୍ ସାହିତ୍ୟରେ ବର୍ଣ୍ଣିତବୌଦ୍ଧ ସନ୍ନ୍ୟାସୀ ଉପଗୁପ୍ତ ଓ ରୂପସୀ ବାସବଦତାଙ୍କ କାହାଣୀକୁ ନେଇ ଉପସ୍ଥାପିତ ହୋଇଥିଲା ନୃତ୍ୟ ସଂରଚନା କରୁଣା  । ବୌଦ୍ଧ ସନ୍ୟାସୀଙ୍କକରୁଣାରେ ସକଳ ଧନ ସମ୍ପଦର ମୋହ ଓ ରୂପ ଲାବଣ୍ୟର ମାୟାକୁ ପରିହାର କରି ସୁନ୍ଦରୀ ବାସବଦତାଙ୍କର ଆତ୍ମିକୁତରଣକୁ ମଂଚସ୍ଥ କରିଥିଲେ କେରଳର ସୁପ୍ରସିଦ୍ଧ ନୃତ୍ୟାଙ୍ଗନା ଗଣ  ।

ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶୀର ରାଗ-ରସ-ରଙ୍ଗର ପସରା ଧରି ମଂଚକୁ ଆସିଥିଲେ ସୁବିଖ୍ୟାତ ନୃତ୍ୟ ବିଦୁଷୀ ଦକ୍ଷାମଶ୍ରୁୱାଲା  । କୈସିକିଡ଼୍ୟାନ୍ସ ଏକାଡ଼େମୀ, ମୁମ୍ବାଇର ଶିଳ୍ପୀଗଣଙ୍କ ପ୍ରସ୍ତୁତିରେ ଥିଲା ଭାରତୀୟ ରାଗରାଗିଣୀ ଓ ମାତୃଶକ୍ତିର ପ୍ରକାଶ ସମ୍ବଳିତ ରାଗମାଳ  । ପରେ ପରେଶୁଦ୍ଧ ନୃତ୍ୟ ଯୋଗ ପଲ୍ଲବୀ ରାଗ ଓ ତାଳକୁ ନେଇ ବିସ୍ତାରିତ ହୋଇଥିଲା  । କବିମନମାଳୀଙ୍କ ରଚନାରୁ ପ୍ରାଣସଙ୍ଗିନୀରେ କାଲି ମୁଁ କିଲାଜେ ବୁଡ଼ିଲିର ଅଭିନୟରେ ରାଧା-କୃଷ୍ଣ ମିଳନର ଶୃଙ୍ଗାରିକ ଅନୁଭବକୁ ପରଶି ଦେଇଥିଲେ  ଶିଳ୍ପୀଗଣ  । ଅନ୍ତିମ  ଲଗ୍ନରେ ଉପନିଷଦ ବର୍ଣ୍ଣିତଶାନ୍ତି ମନ୍ତ୍ର ସହ ନୃତ୍ୟରେ ଉପସଂହାର ଆଣିଥିଲେ ଶିଳ୍ପୀମାନେ  ।

ଚତୁର୍ଥ ସଂଧ୍ୟାର ଅତିଥିଭାବେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରିଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ; ଓଡ଼ିଶାସଙ୍ଗୀତ ନାଟକ ଏକାଡ଼େମୀର ସଭାପତି  ଗୁରୁ ଅରୁଣା ମହାନ୍ତି ଓ ପର୍ଯ୍ୟଟନ ବିଭାଗର ନିର୍ଦ୍ଧେଶକ ସଚିନ ରାମଚନ୍ଦ୍ର ଯାଦବ  ।

ଡଃ.ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣିଙ୍କ ସଂଯୋଜନାରେ ପ୍ରସ୍ତୁତ ହୋଇଥିବା ପ୍ରତିଟି ନୃତ୍ର ଉପସ୍ଥାପନା ବେଶ ମନଛୁଆଁ ହୋଇଥିଲା । ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ, ଡଃସଂଗୀତା ଗୋସାଇଁ, ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

ଚତୁର୍ଥ ଦିନରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଅନୁଷ୍ଠିତ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ଅତିଥି ଦେବୋଃଭବୋଃ ଓ ଜଳବାୟୁ ପରିବର୍ତନ ଉପରେ ଶିଳ୍ପିମାନଙ୍କ ଦ୍ୱାରା ବାଲୁକାକଳା ପ୍ରଦର୍ଶୀତ ହୋଇଥିଲା  ।

Leave a Reply

Your email address will not be published. Required fields are marked *