ପାୱାର ଜେନେରେସନ କୋଅପରେଟିଭ କ୍ରେଡିଟ ସୋସାଇଟିର ସୁବର୍ଣ୍ଣ ଜୟନ୍ତୀ ପାଳନ

ରାଉରକେଲା, ୩୧/୦୩/୨୦୨୪ (ଓଡ଼ିଶା ସମାଚାର)- ପାୱାର ଜେନେରେସନ କୋଅପରେଟିଭ କ୍ରେଡିଟ ସୋସାଇଟିର ୫୦ବର୍ଷ ସୂବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ସେକ୍ଟର ୨୦ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ଏକ ଆଲୋଚନାଚକ୍ର ଓ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋସାଇଟି ର ସଭାପତି ଦେବେନ୍ଦ୍ର କୁମାର ଖଟୁଆଙ୍କ ସଭାପତିତ୍ବ, ସମ୍ପାଦକ ପ୍ରଦୀପ ଚନ୍ଦ୍ର ବିହାରୀ ଙ୍କ ଆବାହକତ୍ଵ ଓ ସୁଶ୍ରୀ ସତ୍ୟବତୀ ବେହେରା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କର୍ଣ୍ଣେଲ ସିଂ ବିରଧି, ସମ୍ମାନିତ ଅତିଥି ଭାବେ ପ୍ରଣବ କୁମାର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଭରତ ଚନ୍ଦ୍ର ମିଶ୍ର ଓ ସ୍ବତନ୍ତ୍ର ଅତିଥି ଭାବେ ପ୍ରାକ୍ତନ ସଭାପତି ମିହିର କୁମାର କୁନାର, ପ୍ରାକ୍ତନ ସମ୍ପାଦକ ବିନୟ କୁମାର ନନ୍ଦ, ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସଚ୍ଚିଦାନନ୍ଦ ମିଶ୍ର ଓ ବୈଶାଖ ସୂର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ବିରଧି ସୋସାଇଟି ମାଧ୍ୟମରେ ନିଜେ କିପରି ଉପକୃତ ହୋଇଥିଲେ, ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଦୀର୍ଘ ୫୦ବର୍ଷର ଇତିହାସ, ଉପଲବ୍ଧି, କାର୍ଯ୍ୟକ୍ରମ ସମ୍ପର୍କରେ ଅତିଥି ମାନେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା  ଶ୍ରୀ ମିଶ୍ର ସମବାୟ ସମିତି କିପରି ଲୋକାଭିମୁଖୀ ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ।ସେହିପରି ପ୍ରାକ୍ତନ କର୍ମକର୍ତ୍ତା ଓ ବର୍ତ୍ତମାନର ସଦସ୍ୟ ମାନେ ପରଷ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ। ଏହି ଅବସରରେ ପୂର୍ବତନ କର୍ମକର୍ତ୍ତାଗଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଜାତୀୟ ସଂଗୀତ ଓ ସମବାୟ ସଂଗୀତ ଗାନ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଶେଷରେ କୋଷାଧ୍ୟକ୍ଷ ତିରୁପତି ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ,ରବି ପରିଡ଼ା, ମନୋଜ କୁମାର ନାୟକ, କାର୍ତ୍ତିକ ବେହେରା, ଜଗଦିଶ ବେହେରା, ଧରଣୀଧର ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *