ଗାଁ ମାଟିରେ ସମ୍ବର୍ଦ୍ଧିତ ହେଲେ ଚନ୍ଦ୍ରାୟନ୍ ବୈଜ୍ଞାନିକ ଶରତ ଦାସ

ଭୁବନ , ୨୪/୦୩/୨୦୨୪ (ଓଡ଼ିଶା ସମାଚାର)- ମା  ଯେତେ ଗରିବ ହେଲେ ବି ମା, ଗାଁ ଯେତେ କଳୁଷିତ ହେଲେ ବି ଗାଁ । ମା ମାଟି ର ଡାକରାରେ କେହି ବି ରହି ପାରିନି । ମୁଁ ବି ନିମିତ୍ତ ମାତ୍ର ବୋଲି ଗାଁ ମାଟିରେ ସମ୍ବର୍ଦ୍ଧିତ ଅବସର ରେ କହିଥିଲେ ଚନ୍ଦ୍ରାୟନ୍ ୩ ର ବୈଜ୍ଞାନିକ ଶରତ ଦାସ   ।

ଦୋଳପୂର୍ଣ୍ଣିମା ଅବସରରେ ଗୋବିନ୍ଦପୁରୀଆ  ବନ୍ଧୁମିଳନ କାର୍ଯ୍ୟକ୍ରମ ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଶିବ ମନ୍ଦିର ପରିସରରେ ଅନୁଷ୍ଟିତ ହୋଇଯାଇଛି।  ରାଜ ନାରାୟଣ ତ୍ରିପାଠୀ ଙ୍କ ସଂଯୋଜନା କ୍ରମେ ଗାଁ ମୂରବୀ  କାମାକ୍ଷାନଗର ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧକ୍ଷ ପ୍ରଭାତ କୁମାର ଦାସ,  ବିଜୟ କୁମାର ଦାସ ଘନଶ୍ୟାମ ଦାସ,ରାଜ କିଶୋର ପଣ୍ଡା, ପଞ୍ଚାନନ ଦାସ କପିଳେଶ୍ୱର ମଲ୍ଲିକ ପ୍ରେମାନନ୍ଦ ଦାସ, ମଞ୍ଚ ରେ ଉପସ୍ଥିତ ଥିଲେ।  ଏହି ଅବସରରେ ଆମେରିକା ର କ୍ରେଟିଜନ ବିଶ୍ଵବିଦ୍ୟାଳୟ ର ପ୍ରଫେସର ଅଲେଖ ଚନ୍ଦ୍ର ଦାସ,ଜଳସଂପଦ ବିଭାଗର ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଯୁଗଳ କିଶୋର ତ୍ରିପାଠୀ, କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର, ମାରାଥନ ଦୌଡାଳୀ ସିଦ୍ଧାର୍ଥ ଶଙ୍କର ଦାସ, କବି କମଳ କୁମାର ଦାସ  , ଚିତ୍ର ଶିଳ୍ପୀ ଇ ସୁପ୍ରିୟା ଦାସ ପ୍ରଫେସର ରିତା ରାଉତରାୟ ଗାଁ ଇତିହାସ ରଚୟିତା ଶ୍ରୀଧର ଦାସ, ଗାଁ ଶିକ୍ଷୟିତ୍ରୀ ସୁପ୍ରଭା ଦାସ ଙ୍କୁ ମାନପତ୍ର ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।  ଡାକ୍ତର ଭବାନୀ ଶଙ୍କର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ଲଣ୍ଡା ପାହାଡରେ ଜାପାନ ର ନିପନକୋଇ ସଂସ୍ଥା ଦ୍ୱାରା ୱାଚ ଟାୱାର ନିର୍ମାଣ କରିବା ସହ ଗ୍ରାମ୍ୟ ପରିବେଶକୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଗଣିତ କରାଯିବାକୁ ପ୍ରଚେଷ୍ଟା କରାଯାଉଥିବାରୁ ଗ୍ରାମବାସୀ ସାଧୁବାଦ୍ ଜଣାଇଥିଲେ।

Leave a Reply

Your email address will not be published. Required fields are marked *