ବ୍ଲକ ସ୍ତରୀୟ ସ୍କୁଟର ବିତରଣ ମେଳା

ଭୁବନ, ୧୦/୦୧/୨୦୨୪ (ଓଡ଼ିଶା ସମାଚାର)- ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ,ଭୁବନ ଶାଖା ଗଠିତ  ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ସ୍କୁଟର ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏ ୟୁ ସି ସି ବ୍ୟାଙ୍କ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ଙ୍କ ସଭାପତିତ୍ବରେ ଭୁବନ ବ୍ଲକ ସଭଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଶନ ଶକ୍ତି ମା ‘ ମାନଙ୍କୁ ସ୍କୁଟର କିଣିବା ପାଇଁ ସରକାର ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ପ୍ରଦାନ କରୁଛନ୍ତି । ଢେ଼ଙ୍କାନାଳ ଜିଲ୍ଲାରେ ସର୍ବ ପ୍ରଥମେ ଏ ୟୁ ସି ସି ବ୍ୟାଙ୍କ୍ ଭୁବନ ଶାଖା ଆନୁକୁଲ୍ୟରେ ୭୨ ଜଣ ମିଶନ ଶକ୍ତି ମା ଙ୍କୁ ଆଜି ସ୍କୁଟର ବିତରଣ କରାଯାଉଛି ଏବଂ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ ଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ସର୍ବାଧିକ ସ୍କୁଟି ଯୋଗାଣ କରି ସାରା ଓଡ଼ିଶାରେ ଅନୁଗୁଳ ବ୍ୟାଙ୍କ ପ୍ରଥମ ହୋଇଛି ବୋଲି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏ ୟୁ ସି ସି ବ୍ୟାଙ୍କ୍ ସଭାପତି ସନ୍ତୋଷ କୁମାର ପ୍ରଧାନ,ପରଜଙ୍ଗ ନିର୍ଦ୍ଦେଶକ ଭୂପେଶ ଚନ୍ଦ୍ର ପ୍ରଧାନ,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ଭୁବନ ନଗର ପାଳ ଶୁଭେନ୍ଦୁ କୁମାର ସାହୁ, ବିଡ଼ିଓ କଲ୍ୟାଣ ସୌରଭ ଦାଶ,ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ,ମହିଳା ବିଜେଡି ସଭାନେତ୍ରୀ ପୁଷ୍ପଲତା ରାଉତ, ଏ ୟୁ ସି ସି ବ୍ୟାଙ୍କ୍ ଭୁବନ ଶାଖା ପରିଚାଳକ ଗଣେଶ୍ୱର ଖଟୁଆ,ସୁପର ଭାଇଜର କ୍ଷୀରୋଦ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇଥିଲେ । ଏମ୍ ବି କେ,ସି ଆର୍ ପି ,କୃଷି ମିତ୍ର,ପ୍ରାଣୀ ମିତ୍ର ଙ୍କୁ ସମୁଦାୟ ୭୨ ଟି ସ୍କୁଟି ବଣ୍ଟନ କରାଯାଇଥିଲା । ସ୍କୁଟି ବଣ୍ଟନ ଯୋଜନାର ସଫଳ ରୂପାୟନ ପାଇଁ  ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ,ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

Leave a Reply

Your email address will not be published. Required fields are marked *