ରୂପାୟନ ତରଫରୁ ଅସହାୟଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ବର, ୧୧/୦୧/୨୦୨୪ (ଓଡ଼ିଶା ସମାଚାର)- ସ୍ଵେଚ୍ଛାସେବୀ ସଂଗଠନ ରୂପାୟନ ତରଫରୁ ସ୍ଥାନିୟ ପାର୍କ ନିକଟସ୍ଥ ବସ୍ତିରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୀତୁଆ ସକାଳେ ବୃଦ୍ଧ ଵୃଦ୍ଧାଙ୍କୁ କମ୍ବଳ ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ରୂପାୟନର ଏତାଦୃଶ୍ୟ କାର୍ଯ୍ୟକ୍ରମକୁ ଭୁବନେଶ୍ୱରବାସୀ ଭୁୟସୀ ପ୍ରଶଂସା କରିଥିଲେ। ସବୁବେଳେ ଅସହାୟ ଲୋକଙ୍କ ମୁଁହରେ ହସ ଫୁଟାଇ ଜୀବନ ଜିଇବାର ଆନନ୍ଦକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ରୂପାୟନ ସ୍ଵେଚ୍ଛାସେବୀ ସଂଗଠନ ସ୍ନେହ ଶ୍ରଦ୍ଧା ସାଉଁଟି ଥାଏ। ବସ୍ତିର ଛୋଟ ଛୋଟ ଛୁଆଙ୍କ ପାଇଁ ମଧ୍ୟ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ବଣ ମଲ୍ଲୀ ବଣରେ ଫୁଟି ମଉଳିବ ନାହିଁ ବରଂ ତାର ସୁବାସ ଚାରି ଦିଗକୁ ମହକାଇ ଦେବା ପରି ରୂପାୟନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଗାମୀ ଦିନରେ ପିଲାମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତାମାନ ରଖିବାର ଯୋଜନା କରାଗଲା। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଲଲାଟେନ୍ଦୁ ପଲ୍ୟାରି ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ରୂପାୟନର ପ୍ରତିଷ୍ଠାତା ଶ୍ରଦ୍ଧାଞ୍ଜଳି ରାୟ, ପ୍ରମୋଦ ଜେନା, ସୁମିତା ଜେନା, ଲିଟୁ ହରିଚନ୍ଦନ, ତାପସ ସାହୁ, ଆଶୁତୋଷ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *