ଶ୍ରୀଜଗନ୍ନାଥଙ୍କ “ଅର୍ପଣ ରଥ” କୁରାଙ୍ଗ ପ୍ରଧାନ ପଞ୍ଚାୟତ ପରିକ୍ରମା

ଫୁଲନଖରା ୧୦/୦୧/୨୦୨୪ (ଓଡ଼ିଶା ସମାଚାର)- ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ତଥା ଲୋକାର୍ପଣ ଉତ୍ସବ ନିମନ୍ତେ ବୁଧବାର ବାରଙ୍ଗ ବ୍ଲକ ଅନ୍ତର୍ଗତ କୁରାଙ୍ଗ ପ୍ରଧାନ ପଞ୍ଚାୟତରେ ଅର୍ପଣ ରଥ ଭ୍ରମଣ କରିଥିଲା। ବ୍ରାହ୍ମଣଝରିଲୋସ୍ଥିତ ନରନାରାୟଣ ମନ୍ଦିର ଠାରୁ ଅର୍ପଣରଥ ବାହାରି ରାୟପୁର, କୁରାଙ୍ଗ ପ୍ରଧାନ, ଗୁଆଳି, କୁରୁଣ୍ଟି,କୋଠା ପାଟଣା,ଅଡା ଆଦି ଗ୍ରାମ ଭ୍ରମଣ କରିବା ସମୟରେ ପ୍ରତ୍ୟେକ ଗ୍ରାମର ମନ୍ଦିର,ଛକ ନିକଟରେ ବହୁ ମାତ୍ରାରେ ମା, ଭଉଣୀ ମାନେ ଏକତ୍ରିତ ହୋଇ ଝୋଟି ଚିତା ପକେଇ କଳସ ବସାଇ ଗୁଆ, ନଡ଼ିଆ, ଚାଉଳ ଇତ୍ୟାଦି ମହାପ୍ରଭୁ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟ ରେ   ଅର୍ପଣ କରିଥିଲେ। ରଥ ପହଞ୍ଚିବା ସମୟରେ ଗ୍ରାମବାସୀ ମାନଙ୍କ ହରିବୋଲ ହୁଳହୁଳି ଜୟ ଜଗନ୍ନାଥ ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହେବା ସହିତ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥଲା ।  ବ୍ଲକ ପ୍ରଶାସନ ତରଫରୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜଲକ୍ଷ୍ମୀ ଭୁଇଁୟା ଙ୍କ ପ୍ରତ୍ୟକ୍ଷ  ତତ୍ବାବଧାନରେ ଅର୍ପଣ ରଥକୁ ଭ୍ରମଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଙ୍କ ପ୍ରତିନିଧି ବିଶ୍ବରଞନ ସାହୁ , ଆଇନଜୀବୀ କବି ନାରାୟଣ ଜେନା ,ଏସ .ଏସ.ଜି ଗୃପ ମହିଳା ଓ ପ୍ରତ୍ୟେକ ଗ୍ରାମର ମୂରବୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *