ଓଡ଼ିଶା ସମାଚାର

ଓଡ଼ିଶା ସମାଚାର  ସମ୍ପର୍କରେ ପଦେ :  ବାସି ଖବରର ଯୁଗ ଶେଷ

ଦିନ ଥିଲା ଡ଼ାକ ଯୋଗେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ଅଂଚଳରୁ ବିଭିନ୍ନ ଗଣ ମାଧ୍ୟକୁ ଖବର ଆସୁଥିଲା । ସେତେବେଳେ ଗ୍ରାମଂଚଳରେ ଡ଼ାକ ଘର ରହିଥିଲା । ବିଭିନ୍ନ ନଦୀ, ନାଳ, ପାହାଡ଼ , ପର୍ବତ ଡ଼େଇଁ ଖବର ଟିଏ ଆସି ଗଣ ମାଧ୍ୟମରେ ପହଂଚିବାକୁ ଅତି କମ୍ ରେ Odia Logo Redସପପ୍ତାହ ଟିଏ ସମୟ ଲାଗୁଥିଲା । ସେତେବେଳେ ହାତରେ ଖଂଜା ଅକ୍ଷର ସାହାଯ୍ୟରେ ଗୋଡ଼ରେ ପେଡ଼ାଲ ମାରି ଖବର କାଗଜ ଛପାଯାଉଥିଲା ।  ଖବର କାଗଜ ଛପାଯିବା ପରେ ପୁଣି ୨/ ୩ ଦିନ ପରେ ଖବର କାଗଜ ପହଂଚୁଥିଲା ପାଠକମାନଙ୍କ ପାଖରେ । ସେତେବେଳେ ଏତେ ଗଣମାଧ୍ୟମ ନଥିଲା । ଏହାପରେ ଫ୍ୟାକ୍ସ ଯୋଗେ ଖବର ପଠାଗଲା ଓ ଅଫସେଟ୍ ମେସିନ୍ ସାହାଯ୍ୟରେ ଖବର କାଗଜ ଛପା ଗଲା । କାଳକ୍ରମେ ବୈଦ୍ୟୁତିକ ଗଣମାଧ୍ୟମ ଆସିଲା । ବୈଦ୍ୟୁତିକ ଗଣମାଧ୍ୟମ ଆସିଲା ପରେ ଇମେଲ ଯୋଗେ ଓ ବୈଦ୍ୟୁତିକ ଯୋଗାଯୋଗ ମାଧ୍ୟମରେ ଖବର ଗୁଡିÿକ ନିମିଷକ ମଧ୍ୟରେ ସାରା ପୃଥିବୀରେ ପହଂଚି ପାରୁଛି । ସେହି କ୍ରମରେ  ବୈଦ୍ୟୁତିକ ଗଣମାଧ୍ୟମ ଆସିବା ପରେ ବାସି ଖବରର ଯୁଗ ଶେଷ ହୋଇଛି । ବର୍ତମାନ ବୈଦ୍ୟୁତିକ ଗଣମାଧ୍ୟମ ଛତୁ ଫୁଟି ଗଲାଣି । ଏହି କ୍ରମରେ ଓଡ଼ିଶାର ଖବରକୁ ନିମିଷକ ମଧ୍ୟରେ ସାରା ପୃଥିବୀରେ ପହଂଚାଇବା  ଲକ୍ଷରଖି ୧୪ ଅକ୍ଟୋବର ୨୦୧୦  ରେ ଓଡ଼ିଶା ସମାଚାର ଜନ୍ମ ନେଲା ।

ଇ (ଇଂଟରନେଟ୍ ବା ଉପଗ୍ରହ) + ଓଡ଼ିଶା ସମାଚାର  = ଇଓଡ଼ିଶା ସମାଚାର

ବର୍ତମାନ ଆମେ ଇ- ଯୁଗ ରେ ପହହଂଚିଛୁ । ଇ ଅର୍ଥାତ ଇଂଟରନେଟ । ଇଂଟର ନେଟ ମାଧ୍ୟମରେ ବର୍ତମାନ ସବୁ କାର୍ଯ୍ୟ ହେଉଛି । ଇ ଟେଣ୍ଡର , ଇ ସର୍ଭେ, ଇ ମନିଅର୍ଡ଼ର, ଇ ପେମେଂଟ  ଇତ୍ୟାଦି ଇତ୍ୟାଦି । ଏବେ ଆଉ ଖବର କାଗଜ କିଣି ଖବର ପଢ଼ିବାକୁ ବଡ଼ିବ ନାହିଁ କିମ୍ବା ଟିଭି ପାଖକୁ ଯାଇ ଖବର ଦେଖିବାକୁ ପଡ଼ଚନାହିଁ । ଆପଣଙ୍କ ମୋବାଇଲ ଫୋନ୍ ରେ ଇଂଟରନେଟ୍ ଥିଲେ ଆପଣ ଯେକୌଣସି ସ୍ଥନରେ ସାରା ପୃଥିବୀର ଖବର ଦେଖିପାରିବେ କିମ୍ବା ପଢ଼ିପାରିବେ । ସେଥିପାଇଁ ପ୍ରିନ୍ଟ ମିଡ଼ିଆ ଓ ଟିଭି ଚାନେଲ ପ୍ରଭୃତି ବୈଦ୍ୟୁତିକ  ଗଣମାଧ୍ୟମମାନେ ମଧ୍ୟ ଇଂଟରନେଟ(ଉପଗ୍ରହ) ଦ୍ୱାରା ୱେବ ପୋର୍ଟାଲ ଖୋଲିଛନ୍ତି ।

ଆମ୍ଭେ ଏଥିପାଇଁ ଓଡ଼ିଶା ସମାଚାର ପୂର୍ବରୁ ଏକ ଇ ସଂଯୋଗ କରି ଇଓଡ଼ିଶା ସମାଚାର ନାମରେ ଡ଼ୋମିନ୍ ନେଇ ଓଡ଼ିଶା ସମାଚାର  ନିରବଛିନ୍ନ ଭାବରେ ୨୦୧୦ ମସିହାରୁ କାର୍ଯ୍ୟ କରୁଛି
କୌଶଲ୍ୟାଗଙ୍ଗ ଠାରେ ଥିବା ସେଂଟ୍ରାଲ ଇନଲ୍ୟାଣ୍ଡ ଫିସରିଜ ଆକ୍ୱାକଲଚର (ସିଫା) ର ଅବସରପ୍ରାପ୍ତ ବୈଜ୍ଞାନିକ ଡ଼ଃ ଅମରେନ୍ଦ୍ରନାଥ ମହାନ୍ତି ଏହାର ମୁଖ୍ୟ ସମ୍ପାଦକ  ଓ ରାଜ୍ୟର ଅଦ୍ୟତମ ବରିଷ୍ଠ ସାମ୍ବାଦିକ ତଥା ହିନ୍ଦୁସ୍ଥାନ ସମାଚାର ସମ୍ବାଦ ସରବରାହ ସଂସ୍ଥାର ପୂର୍ବତନ ବାର୍ତା ସମ୍ପାଦକ ଦୀପ୍ତିରଂଜନ କାନୁନ୍ଗୋ ଏହାର ସମ୍ପାଦକ ତଥା ବ୍ୟୁରୋ ଚିଫ୍ ଅଟନ୍ତି ।
-୦-