୩୦ତମ ନିରାକାରପୁର ସର୍ବ ଭାରତୀୟ ସଖା ସଂଘ ଫୁଟବଲ : ୬-୧ ଗୋଲରେ ୟଙ୍ଗ ଉତ୍କଳ, କଟକ ଫାଇନାଲରେ

ନିରାକାରପୁର, ୧୪/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡ଼ା ସଂସଦ ଆନୁକୁଲ୍ୟରେ କ୍ଷେତ୍ରବାସୀ କଲେଜ ଷ୍ଟାଡିୟମରେ ୩୦ତମ ନିରାକାରପୁର ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ଆଜିର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ୬-୧ ଗୋଲରେ ୟଙ୍ଗ ଉତ୍କଳ, କଟକ ଇଲାମ୍ ବଜାର ଏକାଡେମୀ କୁ ହରାଇ ଫାଇନାଲକୁ ପ୍ରବେଶ କରିଛି। ଖେଳର ପ୍ରଥମାର୍ଦ୍ଧର ୨ ମିନିଟ ପରେ କଟକ ଦଳର ୧୫ ନଂ ଜର୍ସି ବିଜୟ ବାରିକ ଗୋଟିଏ ଗୋଲ ଓ ୩୮ ମିନିଟ ପରେ ଜର୍ସି ନଂ ୧୩ ସନ୍ଦୀପ ବେହେରା ଆଉ ଗୋଟିଏ ଗୋଲ ଦେବା ପରେ ଦ୍ୱିତୀୟାର୍ଦ୍ଧ ଶେଷ ସୁଦ୍ଧା କଟକ ୬ ଟି ଗୋଲ ଦେଇଥିବାବେଳେ କଲିକତା ମାତ୍ର ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ଆଜିର ଖେଳକୁ ଶିବଶଙ୍କର ପଣ୍ଡା, ସୁଜିତ୍ କୁମାର ପାତ୍ର,ଅଭିନାଶ ପଟ୍ଟନାୟକ,ହୃଦାନନ୍ଦ ମହତରାୟ ଓ ଅକ୍ଷୟ କୁମାର ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର ପରିଚାଳନା କରିଥିଲେ। ଆଜିର ମ୍ୟାଚରେ ମୁଖ୍ୟଅତିଥି ଭାବେ ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବେ ଇ ବିଶ୍ଵମୋହନ ପଟ୍ଟନାୟକ, ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ସୁକାନ୍ତ ଦାଶ, ସୁନିଲ କୁମାର ବେହେରା, କ୍ରୀଡାବିତ୍ ଶ୍ରୀମନ୍ତ୍ କୁମାର ମହାପାତ୍ର, ରାଜ୍ୟ ଡି ୱାଇ ଏଫ୍ ଆଇ ସଭାପତି ଯତୀନ କୁମାର ମହାନ୍ତି,ବିଜେଡି ନେତା ରାଜେଶ ପରିଡ଼ା, ଛାତ୍ର ବିଜୁ ଜନତା ଦଳ ସଭାପତି ବିଶ୍ୱଦୀପ ପ୍ରଧାନ , ବିଜେଡି ଯୁବ ନେତା ଶୁଭମ ଦାଶ, ଖୋର୍ଦ୍ଧା ଜିଲ୍ଲା ଛାତ୍ର ବିଜେଡ଼ି ଆବାହକ ପ୍ରଶୁସ୍ମିତା ନାୟକ ଓ ରାଜ୍ୟ ଯୁବ ବିଜେଡି ସମ୍ପାଦକ ରୁଦ୍ରାନଥ ଦତ୍ତ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସଖାସଂଘ କ୍ରୀଡ଼ା ସଂସଦ ସଭାପତି ବିପିନ କୁମାର ଜୟସିଂହସମାରୋହରେ ସଭାପତିତ୍ବ କରିଥିଲେ । ସଭାକୁ କମଳ ଲୋଚନ ପ୍ରଧାନ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟମାନେ ସହଯୋଗ କରିଥିଲେ। ଏହି ଅବସରରେ ଅତିଥିମାନେ ସଂଘ ସହ ସମ୍ପାଦକ ଦୀପକ କୁମାର ପ୍ରଧାନ ଙ୍କ ସ୍ଵର୍ଗଗୀୟା ମାତା ଉଷାରାଣୀ ପ୍ରଧାନ ଓ ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ସ୍ଵର୍ଗଗୀୟା ଧର୍ମପତ୍ନୀ ପ୍ରମିଳା ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଭୟ ଦଳର ଖେଳାଳି ସତ୍ୟ ପ୍ରକାଶ ପ୍ରଧାନ ଓ ସୁକାନ୍ତ ଟୁଡୁ ଙ୍କୁ ସ୍ମୃତି ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।ଆସନ୍ତା କାଲିର ପ୍ରଦର୍ଶନୀ ମ୍ୟାଚ ଗୋଟିଏ ମ୍ୟାଚ୍ ଭିଟରାନ ଓ ଲୋକାଲ ଟିମ୍ ମଧ୍ୟରେ ଓ ୩. ୪୫ ମିନିଟ ରେ ଭୁବନେଶ୍ୱର ବନାମ ଢେଙ୍କାନାଳ ମହିଳା ଟିମ ମଧ୍ୟରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *