‘ଶିକ୍ଷାନୁଷ୍ଠାନର ବିକାଶହିଁ ସଭିଙ୍କୁ ଅନ୍ନ ଯୋଗାଇବ’

ଏନଏସସିବି ମହାବିଦ୍ୟାଳୟ‘ମୋ କଲେଜ’ପାଣ୍ଠିକୁ ୧୫ ଲକ୍ଷ, ଏଯାଏଁ ଦେଲେଣି୬୫ଲକ୍ଷର ଅନୁଦାନ
ଭୁବନେଶ୍ୱର,୧୧/୧୨/୨୦୨୩ (ଓଡ଼ିଶା ସମାଚାର)- ‘‘ମୁଁଜାଣିଛି, ସଂସାରରେ ଅନ୍ନଦାନ ଠାରୁ କୌଣସି ବଡ଼ ଦାନ ନାହିଁ । ଜଣେ ଅନ୍ନଦାତା ହିଁ ଅଭାବୀର ପ୍ରକୃତ ଦୁଃଖ ବୁଝିପାରେ ବୋଲି ମା’ ପିଲାଦିନୁ ଶିଖାଇଛନ୍ତି ।ତେବେ ଅନ୍ନ ପାଇବା ନିମନ୍ତେ ଯାହା ଦରକାର ତାହା ହେଉଛି ଶିକ୍ଷା ।ଗୁଣାତ୍ମକ ଶିକ୍ଷା ବିନା ଜଣେ ସ୍ୱାବଲମ୍ବୀ ହେବା କଷ୍ଟକର ।ଏଣୁ ଗୋଟିଏ ଶିକ୍ଷାନୁଷ୍ଠାନର ବିକାଶ ଦ୍ୱାରା ସହସ୍ରାଧିକଙ୍କୁ ସ୍ଥାୟୀ ଭାବେ ଅନ୍ନ ଯୋଗାଯାଇ ପାରିବ ।ଏନେଇ ସମସ୍ତ ପୁରାତନ ବିଦ୍ୟାର୍ଥୀ ଆଗେଇ ଆସନ୍ତୁ । ‘ମୋକଲେଜ’ ସହ ସାମିଲ ହୋଇ ନିଜ ସକ୍ଷମ ମୁତାବକ ନିଜ କଲେଜ ଓ ବିଶ୍ୱବିଦ୍ୟାଳୟର ବିକାଶ କରାନ୍ତୁ ।’’ରାଜ୍ୟର ଖ୍ୟତନାମା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ନାରାୟଣୀ ପଣ୍ଡା ନିକଟରେ‘ମୋକଲେଜ’ ପାଣ୍ଠିକୁ ୧୫ ଲକ୍ଷଟଙ୍କା ପ୍ରଦାନ କରିଛନ୍ତି ।ସମ୍ବଲପୁରର ପୁଟିବନ୍ଧ ସ୍ଥିତ ନେତାଜୀ ସୁବାଷଚନ୍ଦ୍ର ବୋଷ ମହାବିଦ୍ୟାଳୟର ଆସବାବ ପତ୍ର କ୍ରୟ ତଥା ଭିତିଭୂମି ବିକାଶନେଇ ଏହି ଅର୍ଥ ପ୍ରଦାନ ପରିପ୍ରେକ୍ଷୀରେ ସେ ଏପରି ମତପୋଷଣ କରିଛନ୍ତି ।
ଶିକ୍ଷାନୁଷ୍ଠାନର ବିକାଶ ନେଇ ଡା. ପଣ୍ଡା ହାତଖୋଲି ଦେଇଛନ୍ତି । ବର୍ତମାନ ସୁଦ୍ଧା‘ମୋ କଲେଜ’ଜରିଆରେ ସମୁଦାୟ ୬୫ ଲକ୍ଷର ଅନୁଦାନ ଦେଲେଣି ।ବଡ଼ କଥା ହେଉଛି, ନିକଟରେ ଦେଇଥିବା ଅନୁଦାନ ନେଇ ସେ ନିଜର ଏକ ମୂଲ୍ୟବାନ ସମ୍ପତିତ ବିକ୍ରିକରି ଦେଇଛନ୍ତି । ପୂର୍ବରୁ ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ ଆଇଟି ସେଂଟର ସ୍ଥାପନ ନେଇ ୩୦ ଲକ୍ଷ ପ୍ରଦାନ କରିଥିଲେ । ଅନୁରୂପ ସରକାରୀ ମହିଳା ମହାବିଦ୍ୟାଳୟର ନବ ନିର୍ମିତ ବହୁମୁଖୀ ସମ୍ମେଳନ କକ୍ଷ ଓ ଭିତିଭୂମିର ବିକାଶନେଇ ୨୦ ଲକ୍ଷର ଅନୁଦାନ ଦେଇଛନ୍ତି ।ବିଭିନ୍ନ ମହାବିଦ୍ୟାଳୟର ସ୍ୱତନ୍ତ୍ର ‘କର୍ପସ’ ପାଣ୍ଠିକୁ ବି ଲକ୍ଷାଧିକ ଟଙ୍କା ଦେଇଛନ୍ତି ।ତେବେ ଏନଏସସିବି ମହାବିଦ୍ୟାଳୟ ‘ମୋକଲେଜ’ ପାଣ୍ଠିକୁ ୧୫ ଲକ୍ଷର ଅନୁଦାନ ପ୍ରଦାନ ସମୟରେ କଲେଜର ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ହରପାଲ, ପୂର୍ବତନ ଅଧ୍ୟକ୍ଷା ପ୍ରଫେସର ସିକତା ପଣ୍ଡାଉ ପସ୍ଥିତ ଥିଲେ । ନାରାୟଣୀଙ୍କ ବଦାନ୍ୟତାକୁ ପ୍ରଶଂସା କରିବା ସହ ଏହା ସଭିଙ୍କ ପାଇଁ ପ୍ରେରଣା ସାଜିବ ବୋଲି କହିଥିଲେ ।ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ପ୍ରଫେସର ଦୁଲ୍ଲଭ କୁମାରସା, ଡ. ରଘୁମଣି ନାୟକ, ହରିହର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *