ନିର୍ବାଚନ ପାଇଁ ବାସନ୍ତୀଙ୍କ ସମରସଜ୍ଜା 

ଖୋରଧା ୦୩/୧୨/୨୦୨୩ (ଓଡ଼ିଶା ସମାଚାର)-ଖୋରଧା ନିର୍ବାଚନମଣ୍ଡଳୀ ରେ ବିଜୁ ଜନତା ଦଳର ଲୋକ ସମ୍ପର୍କ ଓ ହୃଦୟ ଯୋଡଯାତ୍ରା କ୍ରମରେ ତୃତୀୟ ପର୍ଯ୍ୟାୟରେ ଟାଙ୍ଗୀ, ସୁନ୍ଦରପୁର ଏବଂ ମଙ୍ଗଳାଯୋଡି ଗ୍ରା. ପ. ରେ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ଙ୍କ ନେତୃତ୍ୱ ଓ ସଂଯୋଜନା ରେ ଏକ ବିଶାଳ ବାଇକ ଶୋଭାଯାତ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶୋଭାଯାତ୍ରାରେ ସମ୍ପୃକ୍ତ ପଞ୍ଚାୟତ ର ବିଜୁ ଜନତା ଦଳର ମହିଳା, ଯୁବଛାତ୍ର ଓ ନିର୍ବାଚିତ ପ୍ରତିନିଧି ମାନେ ଅଂଶ ଗ୍ରହଣ କରିବା ସହ ଏହି ଶୋଭାଯାତ୍ରା ପ୍ରତେକ ୱାର୍ଡ ପରିକ୍ରମା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନକଲ୍ୟାଣକାରି ଯୋଜନା ଓ ଓଡିଶା କୁ ଏକ ବିକଶିତ ରାଜ୍ୟରେ ପରିଚିତ, ପ୍ରତିଷ୍ଠିତ କରିବାକୁ ନିରବଛିନ୍ନ ପ୍ରୟାସ ଏବଂ ରୂପାନ୍ତରଣର ରୂପକାର ୫ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଙ୍କ ବଳିଷ୍ଠ ସଂଯୋଜନା ସମ୍ପର୍କ ରେ ସମସ୍ତ ଙ୍କୁ ଅବଗତ କରାଯାଇଥିଲା । ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ରେ ନବୀନ ପଟ୍ଟନାୟକ ଙ୍କୁ ଆସୀନ କରିବାକୁ ତୃଣମୂଳ ସ୍ତରରୁ ସମସ୍ତ କର୍ମୀ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ନିବେଦନ ବାଢିଥିଲେ ଶ୍ରୀମତୀ ମହାପାତ୍ର । ସମ୍ପ୍ରତି ଖୋରଧା ନିର୍ବାଚନମଣ୍ଡଳୀ ରେ ଶ୍ରୀମତୀ ମହାପାତ୍ର ଙ୍କ ସମ୍ପର୍କ ରେ ବ୍ୟାପକ ଜନମତ, ଆଲୋଚନା, ପର୍ଯ୍ୟାଆଲୋଚନା ସର୍ବତ୍ର ଶୁଣିବାକୁ ମିଳୁଛି।   ମଧୁମଙ୍ଗଳ ପଡିଆ ଠାରୁ ଆରମ୍ଭ ହୋଇ ବଳରାମପୁର, ବ୍ଲକ ଛକ,ଚିଲିକା ଛକ,ରତନ୍ନପୁର ପାଟଣା, ମଙ୍ଗଳାଯୋଡି, ସୁନ୍ଦରପୁର କଲୋନୀ, ସୁନ୍ଦରପୁର, ଉଦୟଗିରି ଭଜାଗଡ଼ ଏବଂ ବଳୀମାଝୀ ଙ୍କ ପୀଠରେ ସମାପ୍ତ ହୋଇଥିଲା । ସହଯୋଗ କରିଥିଲେ ମଙ୍ଗଳାଯୋଡ଼ିଗ୍ରା. ପ. ର କୃଷ୍ଣଚନ୍ଦ୍ର ମହାପାତ୍ର, କଣ୍ଠ ବେହେରା, ସମୀର ବେହେରା, ସଦାଶିବ ବେହେରା ଏବଂ ରାଜେନ୍ଦ୍ରଦାସ,ସୁନ୍ଦରପୁର ଗ୍ରା. ପ. ର ସୁଜିତ କୁମାର ହାଲଦାର (ସରପଞ୍ଚ ), ମଣ୍ଟୁ ଦତ, ସୁକାନ୍ତ କୁମାର ରାଉତ (ଆତ୍ମା ସଭାପତି ), ଓମପ୍ରକାଶ ପରିଡା,ପ୍ରଦୀପ ପରିଡା ଏବଂ ଦେବେନ୍ଦ୍ର ସେନ, ଟାଙ୍ଗୀ ଗ୍ରା. ପ. ର ପ୍ରକାଶ କୁମାର ପାଇକରାୟ ରାମ ଚନ୍ଦ୍ର ବେହେରା ଏବଂ ବିଜୟ କୁମାର ଜେନା ।

Leave a Reply

Your email address will not be published. Required fields are marked *