ସମୀର ଟିଭିଏସ ପକ୍ଷରୁ ମୁରୁଜ ପ୍ରତିଯୋଗିତା

କେନ୍ଦ୍ରାପଡ଼ା, ୨୬/୧୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ କେଶପୁରବଜାରସ୍ଥିତ ସମୀର ଟିଭିଏସ ପକ୍ଷରୁ ଏକ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ ଓ କଳିଙ୍ଗ ଟିଭିର ସାମ୍ବାଦିକ ପ୍ରଭାତ କୁମାର ପରିଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସମୀର ଟିଭିଏସ ପକ୍ଷରୁ ବିଭିନ୍ନ ସମୟରେ ଆୟୋଜିତ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଲୁକ୍କାୟିତ ପ୍ରତିଭାମାନେ ଲୋକଲୋଚନକୁ ଆସିବା ସହିତ ସେମାନଙ୍କ ପ୍ରତିଭାର ବିକାଶ ହୋଇପାରୁଛି । ଏହା  ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଅତିଥି ଦ୍ୱୟ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଗାୟତ୍ରୀ ପ୍ରଧାନ, ଦ୍ୱିତୀୟ ସୁଚିସ୍ମିତା ମନ୍ତ୍ରୀ ଓ ତୃତୀୟ ମାମୁନି ଦାସଙ୍କ ସମେତ ଅନ୍ୟ ୫ଜଣଙ୍କୁ ଶାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରିଥିଲେ । ସମୀର ଟିଭିଏସର ପ୍ରୋପାଇଟର ସମୀର କୁମାର ଚାନ୍ଦଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବକୁ କର୍ମଚାରୀ ଅନିଜା ଜେନା, ଲକ୍ଷ୍ମୀକାନ୍ତ ବେହେରା, ସମାପ୍ତି ବେହେରା, ଶୁଭଶ୍ରୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ କ୍ଷିତିଶ କର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *