ନିର୍ବାଚନ ସମୟରେ କଟକ ସାଂସଦ ଭତୃହରି ମହତାବଙ୍କ ପାଇଁ ଅଡ଼ୁଆ ବଢିଲା !

କଟକ ସଦର , ୨୧/୦୩/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଜଣେ ପୋଲିସ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଦୀର୍ଘ ୧୨ ବର୍ଷ ପରେ ପୁଣି ନିର୍ବାଚନ ସମୟରେ କଟକ ଲୋକସଭା ସାଂସଦ ଭତୃହରି ମହତାବଙ୍କ ନାଁ ରେ ଆଜି ଗୁରୁବାର ଦିନ କଟକର ସ୍ୱତନ୍ତ୍ର ଏମପି/ ଏମଏଲଏ ଅଦାଲତରେ ଚାର୍ଜସିଟ୍ ଦାଖଲ ହେବା ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହେବା ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ ଗତ ୨୦୧୧ ମସିହା ଜାନୁଆରୀ ୨୩ ତାରିଖରେ ଏକ କାର୍ଯ୍ୟକ୍ରମରେ କମିଶନରେଟ କଟକ ର ତତ୍କାଳୀନ ପୋଲିସ ଏସଆଇ ତଥା ବର୍ତମାନର ଏସିପି ଅମିତାଭ ମହାପାତ୍ରଙ୍କୁ ଭର୍ତୃହରି ମାଡ଼ ମାରିଥିବା  ନେଇ ଦରଘାଵଜାର ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଭର୍ତୃହରି ଙ୍କ ନାଁ ରେ ଦଫା ୩୪୧,୩୨୩,୨୯୪,୩୫୩,୫୦୬ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ଚାର୍ଜଫ୍ରେମ କରିଥିବା ଜଣାପଡିଛି। ଏହା ଭତୃହରିଙ୍କ ପାଇଁ ଯୋଜନାବଦ୍ଧ ଉଦ୍ୟମ ହୋଇଥାରେ ବୋଲି ଶୁଣାଯାଉଛି।

Leave a Reply

Your email address will not be published. Required fields are marked *