ବିଶ୍ବ ପଖାଳ ଦିବସ ପାଳନ ….

ରାଉରକେଲା, ୨୦/୦୩/୨୦୨୪ (ଓଡ଼ିଶା ସମାଚାର)- ଇସ୍ପାତ ସହର ରାଉରକେଲାରେ ବିଶ୍ବ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ଵେ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ, ବିଭିନ୍ନ ହୋଟେଲରେ ପଖାଳ ଦିବସ ପାଳନ କରାଯାଇଛି। ୨୦୧୧ ମସିହା ମାର୍ଚ୍ଚ ୨୦ ତାରିଖରୁ ସମଗ୍ର ବିଶ୍ୱରେ ବିଶ୍ବ ପଖାଳ ଦିବସ ପାଳନ ହୋଇଆସୁଥିଲା ବେଳେ ପଖାଳ କେବଳ ତୃପ୍ତିକର ଖାଦ୍ୟ ନୁହେଁ,ଶରୀର ପାଇଁ ବହୁତ ଉପକାରୀ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସେହିପରି ଓଡିଆ ଜାତିର ଆରାଧ୍ୟ ଦେଵତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ଭୋଗ ପଖାଳ। ତାଙ୍କ ପାଇଁ ୫ ପ୍ରକାର ପଖାଳ ଖଞ୍ଜା ଯାଇଥାଏ। ତେବେ ବର୍ତ୍ତମାନ ଏହା କେବଳ ଓଡ଼ିଶା ରେ ଖାଲି ନୁହେଁ, ସମଗ୍ର ବିଶ୍ଵରେ ଏହା ଜନାଦୃତ ହେବାରେ ଲାଗିଛି।

ଗରିମା ପରିବାର ସାମାଜିକ ମହିଳା ଅନୁଷ୍ଠାନ ଗରିମା ପରିବାର ତରଫରୁ ସେକ୍ଟର ୨ ସାହାନାଇ ମଣ୍ଡପ ଠାରେ ମହାସମାରୋହରେ ବିଶ୍ବ ପଖାଳ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ପୃଷ୍ଟପୋଷକ ଶଙ୍କର ଜେନା ଙ୍କ ସଂଯୋଜନା ଅଧ୍ୟକ୍ଷ ନିହାରିକା ବସ୍ତିଆ, ସଭାପତି ମମତା ନାୟକ ଓ ସମ୍ପାଦିକା ଡ ସରିତା ମଲ୍ଲ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସୁନିଲ କାୟଲ, ଦିଲ୍ଲିପ ମହାପାତ୍ର, ବିଶ୍ବରଂଜନ ବେହୁରା, ବିଜୟ ପ୍ରଧାନ, ଦିଲ୍ଲିପ ମହାନ୍ତି, ଡାକ୍ତର ଗୋପାଳ ରାୟ,ପୱନ ଅଗ୍ରୱାଲ, ପ୍ରଫୁଲ୍ଲ ସୁନ୍ୟାନୀ, କ୍ଷୀରୋଦ ସାହୁ,ରଶ୍ମିତ ସାହାଣୀ, ଜିତେନ୍ଦ୍ର ବସ୍ତିଆ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଲୀନା ତ୍ରିପାଠୀ, ଶଙ୍ଖରିନା ପ୍ରଧାନ, ପ୍ରଣତୀ ଜେନା, ସସ୍ମିତା ମିଶ୍ର, ମୀନତି ମୋଦୀ, ତପସ୍ୱିନୀ ପାତ୍ର, ମମତା ଦାସ, ସୁନିତା ଶ୍ରୀନିବାସନ, ରଶ୍ମିତା ଚୈ।ଧୁରୀ,ଲୁସି ଦାଶ, ଶର୍ମିଲା ରାଜଗୁରୁ, ସବିତା ମହାପାତ୍ର, ରଶ୍ମି ନାୟକ, ଶୁଭ ଲକ୍ଷ୍ମୀ ପାତ୍ର, ଶୁଭଶ୍ରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ହ୍ୟୁମାନିଟି ଫାଉଣ୍ଡେସନ ଓ ଡ୍ରିମ୍ ଟିମ୍ ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନ ଓ ଡ୍ରିମ୍ ଟିମ୍ ର ମିଳିତ ଆନୁକୂଲ୍ୟରେ ସିଭିଲ ଟାଉନସିପ ସ୍ଥିତ ହୋଟେଲ ଓଡିଶୀ ଠାରେ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରେସି ଡେଭିଡ, ସଭାପତି ଦୀପ୍ତି ସୁନ୍ଦରାୟ, ସମ୍ପାଦିକା ପ୍ରିୟଙ୍କା ପାଣି, ବିଜୟ ସୁନ୍ଦରାୟ, ଡ୍ରିମ୍ ଟିମ୍ ର ପଦ୍ମିନୀ ପାଣିଗ୍ରାହୀ , ଅମୀୟ ଦାସ ଓ ଦୁଇ ଅନୁଷ୍ଠାନର ବହୁ ସଦସ୍ୟ ସଦସ୍ୟା ଯୋଗଦେଇ ପଖାଳର ମଜା ନେଇଥିଲେ।

ଦୀପିକା ଇସ୍ପାତ ଶିକ୍ଷା ସଦନ ସେକ୍ଟର ୧୮ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ ଠାରେ ବିଶ୍ବ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସଦନର ପ୍ରଧାନ ଶିକ୍ଷକ ଶିଶିର କୁମାର ସାମଲ ଙ୍କ ଅଧ୍ୟକ୍ଷତା ଓ ବରିଷ୍ଠ ଶିକ୍ଷୟିତ୍ରୀ ବିଜୟିନୀ ଜେନା ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସହ ଶିକ୍ଷାଧିକାରୀ କୁଞ୍ଜବିହାରୀ ରାଉତ, ଶରତ କୁମାର ସାହୁ, ବରିଷ୍ଠ ଶିକ୍ଷକ ଶ୍ରୀବତ୍ସ ସାମଲ ଓ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପଖାଳର ମଜା ନେଇଥିଲେ।

ଇନ୍ଦିରା ମହିଳା ସମିତି ସିଭିଲ ଟାଉନସିପ ସ୍ଥିତ ଇନ୍ଦିରା ମହିଳା ସମିତି ତରଫରୁ ବିଶ୍ବ ପଖାଳ ଦିବସ ମହାସମାରୋହରେ ପାଳନ କରିଛି। ଅନୁଷ୍ଠାନର ମୁଖ୍ୟ ପୁଷ୍ପା ଲେଙ୍କା ଓ ସମ୍ପାଦିକା ୱଇ ହେମଲତା ଙ୍କ ଆହ୍ବାନରେ ସମିତିର ଶତାଧିକ ସଦସ୍ୟା ଯୋଗଦେଇ ପଖାଳର ମଜା ନେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଶୈଳେନ୍ଦ୍ର ମହାନ୍ତି, ବିନୋଦ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏ ସମ୍ପର୍କରେ ଆଲୋଚନା କରିବା ସହ ପଖାଳ ସହ ସୁସ୍ବାଦୁ ବ୍ୟଞ୍ଜନରେ ଆପ୍ୟାୟିତ ହୋଇଥିଲେ।

ବାସନ୍ତୀ ପାଠାଗାର ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ବିଶ୍ବ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିକ୍ରମ ଆଚାର୍ଯ୍ୟ, ପ୍ରିୟା ପାତ୍ର ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଯୋଗଦେଇ ବିଭିନ୍ନ ବ୍ୟଞ୍ଜନ ସହ ପଖାଳର ମଜା ନେଇଥିଲେ।

କାନଭାସ କାନଭାସ ପରିବାର ତରଫରୁ ସେକ୍ଟର ୨୧ସ୍ଥିତ କୁଷ୍ଠ ବସ୍ତି ଠାରେ ବିଶ୍ବ ପଖାଳ ଦିବସ ପାଳନ କରାଯାଇଛି। କାନଭାସ ର ମୁଖ୍ୟ ସୁରେଶ ପ୍ରଧାନ ଙ୍କ ନିର୍ଦ୍ଦେଶ ଓ ବରିଷ୍ଠ କର୍ମକର୍ତ୍ତା ପ୍ରଭୁ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବସ୍ତିର ଅନ୍ତେବାସୀଙ୍କ ସହ ବିଭିନ୍ନ ବ୍ୟଞ୍ଜନ ସହ ପଖାଳର ମଜା ନେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ କାଉନସିଲର ପାର୍ଥସାରଥୀ, ମନୋଜ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲା ବେଳେ ଅନୁଷ୍ଠାନର ବହୁ ସଦସ୍ୟ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *