ଓଡ଼ିଶା ରେ ୪ ଟି ପର୍ୟ୍ୟାୟରେ ଭୋଟ ହେବ

ଭୁବନେଶ୍ୱର, ୧୬/୦୩/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଘୋଷଣା ହେଲା ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ । ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିସନ ତାରିଖ ଘୋଷଣା କଲେ । ୪ଟି ପର୍ୟ୍ୟାୟରେ ରାଜ୍ୟରେ ଭୋଟ ହେବ। ମେଁ ୧୩ରେ ପ୍ରଥମ, ମେଁ ୨୦ ତାରିଖରେ ଦ୍ୱିତୀୟ, ମେଁ ୨୫ରେ ତୃତୀୟ ଓ ଜୁନ ୧ରେ ଚତୁର୍ଥ ପର୍ୟ୍ୟାୟରେ ହେବ ଭୋଟ । ସେହିପରି ଜୁନ ୪ରେ ଭୋଟ ଗଣତି ହେବ । ଜୁନ୍ ୪ ତାରିଖରେ ଭୋଟ୍ ଗଣତି କରାଯାଇ, ସେହିଦିନ ହିଁ ରେଜଲ୍ଟ ପ୍ରକାଶ ପାଇବ ବୋଲି ନିର୍ବାଚନ କମିସନର ଘୋଷଣା କରିଛନ୍ତି । ପ୍ରାର୍ଥି ପତ୍ର ଦାଖଲ ସମ୍ପର୍କରେ ସଂଲଗ୍ନ ଚାଟ୍ ରୁ ସବିଶେଷ ତଥ୍ୟ ମିଳି ପରିବ

ଓଡିଶାର କେଉଁ ଜିଲ୍ଲାରେ କେବେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ :

ମେଁ ୧୩ ତାରିଖ ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ଭୋଟ– କଳାହାଣ୍ଡି (ଲୋକସଭା) ସାଙ୍ଗକୁ ନୂଆପଡା, ଖରିଆର, ଲାଞ୍ଚିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା, ନର୍ଲା ବିଧାନସଭା – ନବରଙ୍ଗପୁର (ଲୋକସଭା) ସାଙ୍ଗକୁ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ , କୋଟପାଡ, ମାଲକାନଗିରି, ଚିତ୍ରକୋଣ୍ଡା ବିଧାନସଭା – ବ୍ରହ୍ମପୁର (ଲୋକସଭା) ସାଙ୍ଗକୁ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ବିଧାନସଭା – କୋରାପୁଟ (ଲୋକସଭା)ସାଙ୍ଗକୁ ଗୁଣପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗି ବିଧାନସଭା

ମେଁ ୨୦ରାଜ୍ୟରେ ଦ୍ବିତୀୟ ପର୍ୟ୍ୟାୟ ଭୋଟ – ବରଗଡ (ଲୋକସଭା)ସାଙ୍ଗକୁ ପଦ୍ମପୁର, ବିଜେପୁର, ବରଗଡ, ଅତାବିରା, ଭଟଲି, ବ୍ରଜରାଜନଗର , ଝାରସୁଗୁଡା ବିଧାନସଭା – ସୁନ୍ଦରଗଡ (ଲୋକସଭା) ସାଙ୍ଗକୁ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁର, ବଣାଇ ବିଧାନସଭା

ବଲାଙ୍ଗୀର (ଲୋକସଭା) ସାଙ୍ଗକୁ ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ, ବଲାଙ୍ଗୀର, ଟିଟିଲାଗଡ, କଣ୍ଟାବାଂଜି ବିଧାନସଭା – କନ୍ଧମାଳ (ଲୋକସଭା) ସାଙ୍ଗକୁ ବାଲିଗୁଡା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର ବିଧାନସଭା – ଆସ୍କା (ଲୋକସଭା) ସାଙ୍ଗକୁ ପୋଲସରା, କବିସୂର୍ୟ୍ୟନଗର, ଖଲ୍ଲିକୋଟ, ଆସ୍କା, ସୋରଡା, ସାନଖେମୁଣ୍ଡି , ହିଞ୍ଜିଳିକାଟୁ ବିଧାନସଭା
ମେଁ ୨୫ ରାଜ୍ୟରେ ତୃତୀୟ ପର୍ୟ୍ୟାୟ ଭୋଟ – ସମ୍ବଲପୁର (ଲୋକସଭା) ସାଙ୍ଗକୁ କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେଓଗଡ଼, ଛେଣ୍ଡିପଦା, ଆଠମଲ୍ଲିକ ବିଧାନସଭା – କେନ୍ଦୁଝର (ଲୋକସଭା) ସାଙ୍ଗକୁ ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ ବିଧାନସଭା – ଢ଼େଙ୍କାନାଳ (ଲୋକସଭା) ସାଙ୍ଗକୁ ଢ଼େଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର, ଅନୁଗୁଳ ବିଧାନସଭା – କଟକ (ଲୋକସଭା) ସାଙ୍ଗକୁ ବଡମ୍ବା, ବାଙ୍କି, ଆଠଗଡ, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର, ଖଣ୍ଡପଡା ବିଧାନସଭା – ପୁରୀ (ଲୋକସଭା) ସାଙ୍ଗକୁ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ ବିଧାନସଭା – ଭୁବନେଶ୍ୱର (ଲୋକସଭା) ସାଙ୍ଗକୁ ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ବିଧାନସଭା
ଜୁନ୍ ୧ରାଜ୍ୟରେ ଶେଷ ତଥା ଚତୁର୍ଥ ପର୍ୟ୍ୟାୟ ଭୋଟ – ମୟୁରଭଞ୍ଜ (ଲୋକସଭା) ସାଙ୍ଗକୁ ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା, ମୋରଡା ବିଧାନସଭା- ବାଲେଶ୍ୱର (ଲୋକସଭା)ସାଙ୍ଗକୁ ବଡସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି ବିଧାନସଭା – ଭଦ୍ରକ (ଲୋକସଭା) ସାଙ୍ଗକୁ ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି ବିଧାନସଭା – ଯାଜପୁର(ଲୋକସଭା) ସାଙ୍ଗକୁ ବିଂଝାରପୁର, ବରୀ, ବଡଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା ବିଧାନସଭା – କେନ୍ଦ୍ରାପଡା (ଲୋକସଭା) ସାଙ୍ଗକୁ ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର, ମହାକାଳପଡା (ବିଧାନସଭା) ଓ ଜଗତସିଂହପୁର (ଲୋକସଭା) ସାଙ୍ଗକୁ ନିଆଳି, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡା ବିଧାନସଭା ପାଇଁ ନିର୍ବାଚନ ହେବ ।

Leave a Reply

Your email address will not be published. Required fields are marked *