ଭୁବନ ରେ ବିଶ୍ଵ ମହିଳା ଦିବସ ପାଳିତ

                                                          ନାରୀ ଯୁଗେ ଯୁଗେ ପୂଜନିୟା,ବନ୍ଦନିୟା : ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନ, ୦୮/୦୩/୨୦୨୪ (ଓଡ଼ିଶା ସମାଚାର)- ଭୁବନ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏନ୍ ଏ ସି ସଭଗୃହରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ବିଜେଡ଼ି ସମ୍ପାଦକ ଅଜୟ କୁମାର ସେଠୀ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ,ନାରୀ ଯୁଗେ ଯୁଗେ ପୂଜନିୟା ଓ ବନ୍ଦନୀୟା । ମହିଳା ମାନଙ୍କ ଉନ୍ନତି ପାଇଁ ସର୍ବ ପ୍ରଥମେ ବିଜୁ ବାବୁ ପ୍ରୟାସ କରିଥିଲେ । ମା ହେଲେ ପାଠୋଇ, ଦେଶ ଯିବ ଆଗେଇ ନାରା ଦେଇ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ସଶକ୍ତ କରିବାକୁ ଯାଇ ୩୩ ପ୍ରତିଶତ ରୁ ୫୦ ପ୍ରତିଶତ ସଂରକ୍ଷଣ କରିଛନ୍ତି । ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳା ପ୍ରତିନିଧିତ୍ଵ କରୁଥିବା ବେଳେ ପଞ୍ଚାୟତିରାଜ ବ୍ୟବସ୍ଥା ରେ ଏବେ ୭୦ ପ୍ରତିଶତ ମହିଳା ନିର୍ବାଚିତ ହୋଇଛନ୍ତି । ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଉଛି । ମହିଳା ମାନେ ଏବେ ଉଦ୍ୟୋଗୀ ମଧ୍ୟ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ପୌରଧ୍ୟକ୍ଷା ଶ୍ରୀମତୀ କବିତା ବାରିକ ଓ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସାଗରିକା ମିଶ୍ର ,ଭୁବନ ମହିଳା ବିଜେଡ଼ି ସଭାନେତ୍ରୀ ଇତିଶ୍ରୀ ସାହୁ, ନଗର ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ,ପୋଲିସ ଏସ ଆଇ ଅଶୋକ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କାଉନସିଲର ନରେନ୍ଦ୍ର କୁମାର ବେହେରା,ପପୁ କୁମାର ସାହୁ,କଳ୍ପନା ବେହେରା, ଝୁନା ନାୟକ ଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀ ର ଶତାଧିକ ମହିଳା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *