କେରଙ୍ଗ ଜମାତ ଅହମଦିଆ ପକ୍ଷରୁ ମାଗଣା ହୋମିଓପ୍ୟାଥିକ ଶିବିର

ଖୋର୍ଦ୍ଧା ,୨୦/୦୨/୨୦୨୪ (ଓଡ଼ିଶା ସମାଚାର)- ଆଜି ହଜ଼ରତ ମୁସଲେହ ମଉଦ (ର ଅ ) ଦିବସ ଉପଲକ୍ଷେ କେରଙ୍ଗ ଗ୍ରାମ ର ନିକଟବର୍ତ୍ତୀ ହରିଜନ ସାହି ଠାରେ ଅହମଦୀଆ ମୁସଲିମ ଯୁବ ସଂଗଠନ,ଜମାତ ଅହମଦୀଆ କେରଙ୍ଗ ତରଫରୁ ମାଗଣା ହୋମିଓପ୍ୟାଥିକ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ହୋମିଓପ୍ୟାଥିକ କ୍ୟାମ୍ପ କୁ ଅହମଦୀଆ ମୁସଲିମ ଯୁବସଂଗଠନ ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ସଭାପତି ତବରେଜ ଅହମ୍ମଦ ,ଉପସଭାପତି ସୋଲେମାନ ଅହମ୍ମଦ ଖାଁ ଏବଂ ଜମାତ ଅହମଦିଆ କେରଙ୍ଗ ର ଯୁବସଂଗଠନ ସଭାପତି ମହିନୁଦ୍ଧିନ ଖାଁ ଙ୍କ ସହିତ ଏହି ଶିବିରରେ ଡ଼ଃ ପରବିନ ଙ୍କ ସହଯୋଗ ଏବଂ ତଦାରଖ ରେ ସାଧାରଣ ଉପସ୍ଥିତ ଲୋକ ଙ୍କୁ ପରାମର୍ଶ ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ମୁଖ୍ୟ ଅତିଥି ରୂପେ ଅମୀର ଜମାତ ଅହମଦିଆ କେରଙ୍ଗର ଶ୍ରୀ ଯୁକ୍ତ ୱାସିମ ଅହମଦ, ଶ୍ରୀଯୁକ୍ତ ସୈଫୁର ଅହମ୍ମଦ ସାବ, ଶ୍ରୀଯୁକ୍ତ ମହମ୍ମଦ ଆହେମଦ, ଏବଂ ଶ୍ରୀମତୀ ରୋକିଆ ବାନୁ ଖୋର୍ଦ୍ଧା ଜିଲ୍ଲା ମହିଳା ସଂଗଠନ ସଭାପତି ଯୋଗଦେଇଥିଲେ ଏବଂ ମୌଲାନା ସାହାଦତ ଖାଁ , ସାବ ମୁବଲିଗ ଇନଚାର୍ଜ ଖୋର୍ଦ୍ଧା ଏବଂ ନୟାଗଡ ପ୍ରମୁଖ ପ୍ରଥମେ ପ୍ରାର୍ଥନା କରାଇ ଏହି ଶିବିର କୁ ଶୁଭାରମ୍ଭ କରିଥିଲେ।ସଂଗଠନ ର ଏଭଳି ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା।

Leave a Reply

Your email address will not be published. Required fields are marked *