ସାଂସଦ ମାନସଙ୍କ କରକମଳରେ ଲୋକାର୍ପିତ ହେଲା ଚିଲିକା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ

ଭୁବନେଶ୍ୱର, ୧୯/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଏକ ଦିନିକିଆ ଗସ୍ତରେ ବାଣପୁର ଓ ବାଲୁଗାଁ ଗସ୍ତରେ ଯାଇ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧କୋଟି ୩୯ଲକ୍ଷ ଟଙ୍କା ବ୍ୟୟରେ ୫ଗୋଟି ପ୍ରକଳ୍ପ ଉଦଘାଟନ କରିଥିବା ବେଳେ ୨କୋଟି ୪୦ଲକ୍ଷ ଟଙ୍କା ଅଟକଳର ୪ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ରାଜ୍ୟରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିକାଶ ଧାରା ଜାରି ରହିଛି ବୋଲି ଦର୍ଶାଇ ଥିଲେ। କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଗରପାଳ ମିଟୁ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ମନୋଜ କୁମାର ପ୍ରଧାନ, ମାନସ ପ୍ରଧାନ, ଏନ୍.ଏ.ସି. କାର୍ୟ୍ୟ ନିର୍ବାହି ଅଧିକାରିଣୀ କାଦମ୍ବିନୀ ଜେନା, ଉପାଧ୍ୟକ୍ଷ ପ୍ରିତୀପ୍ରଭା ସ୍ବାଇଁଙ୍କ ସମେତ ସମସ୍ତ କାଉନସିଲର, ବିଧାୟକ ପ୍ରତିନିଧି, ସାଂସଦ ପ୍ରତିନିଧି, ବାଣପୁର ଏନ୍.ଏ.ସି. ବିଜେଡ଼ି ସଭାପତି, ଦଳିୟ ନେତୃବୃନ୍ଦ ଓ ପରିଷଦ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ଚିଲିକା ନିର୍ବାଚନ ମଣ୍ଡଳୀର ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଐତିହାସିକ ମାମୁଁ ଭଣଜା ପାହାଡ ପାଦଦେଶରେ ହିଲ୍ ସାଇଡ ପାର୍କ, ଓପନ ଜିମ୍, ଚିଲିକା କୂଳ ନିକଟରେ ଶୌଚାଳୟ, ଓ୍ବାକିଂ ଟ୍ରାକ୍, କୁଲାକୁଣ୍ଡାଇ ନୂଆଗାଁ ମିଶନ ଶକ୍ତି ଭବନ ଆଦିର ଶୁଭ ଉଦ୍ଘାଟନ କରିବା ସହ ଆଗାମି ଦିନରେ ଅଞ୍ଚଳର ସମେତ ଚିଲିକାର ସମୁହ ଉନ୍ନତିକରଣରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ସାଂସଦ ଶ୍ରୀଯୁକ୍ତ ମଙ୍ଗରାଜ। କାର୍ୟ୍ୟକ୍ରମରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟ, କାଉନସିଲର ଅଭିମନ୍ୟୁ ସ୍ବାଇଁ, ଲକ୍ଷ୍ମୀଧର ସେଠୀ, ସୁଜାତା ପଣ୍ଡା, ମମତା ପଣ୍ଡା ଓ ଅନିତା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *