ଇଛାପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

କେନ୍ଦ୍ରାପଡ଼ା, ୧୭/୦୨/୨୦୨୪ (ଓଡ଼ିଶା ସମାଚାର)- ଇଛାପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଉନବିଂଶତମ ମାତୃ ସମ୍ମିଳନୀ ଆଜି ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାମନ୍ଦିର ପରିଚାଳନା ସମିତିର ସଭାପତି ପ୍ରଫେସର ପ୍ରଶାନ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପିକା ଡ. ସୁଷମା ଶତପଥୀ ଓ ମୁଖ୍ୟବକ୍ତା ଭାବେ ମାନସଭୂଷଣ ପଣ୍ଡିତ ହୃଷିକେଶ ରଥ ଯୋଗଦେଇ ଶିଶୁ ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀର ଆବଶ୍ୟକତା ଓ ଶିଶୁମାନଙ୍କ ଭବିଷ୍ୟତ ଗଠନରେ ମା’ମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପରିଚାଳନା ସମିତି ସମ୍ପାଦକ ଅଶୋକ କୁମାର ସୁଆର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାମନ୍ଦିରର ଦେବୀ ଗୁରୁମା ଓ ଶିଶୁମାନେ ସାମୁହିକ ସଂଗୀତ ଗାନ କରିଥିବା ବେଳେ ଛାତ୍ରୀ ଶୁଭଲକ୍ଷ୍ମୀ ବେହେରା ବ୍ୟକ୍ତିଗତ ସଂଗୀତ ଗାନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ଏବଂ ମା’ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଉପସଭାପତି ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ପତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁମା ରଞ୍ଜୁବାଳା ବେହେରା, ଦେବୀଦୀପା ଦାଶ, ନିରୁପମା ଦାସ, ଦିପ୍ତିମୟୀ ରଣା, ମଧୁସ୍ମିତା ବେହେରା, ଗୁରୁଜୀ ସୁଦର୍ଶନ ସେନାପତି, ପ୍ରଦୀପ ବେହେରା ପ୍ରମୁଖ ଉସôବ ପରିଚାଳନାରେ ସହଯୋଗ କରିଥିଲେ । କୋଷାଧ୍ୟକ୍ଷ ନାରାୟଣ ପଣ୍ଡା, ସଭ୍ୟ ରାଜେନ୍ଦ୍ର ପ୍ରସାଦ ପତି, ରଶ୍ମିରଞ୍ଜନ ପ୍ରଧାନ, ଆରତୀ ସ୍ୱାଇଁ, ଲକ୍ଷ୍ମୀପ୍ରିୟା ସାମଲ, ସୁରେନ୍ଦ୍ର ନାୟକଙ୍କ ସମେତ ପୂର୍ବତନ ଛାତ୍ରଛାତ୍ରୀ, ଛାତ୍ରାଭିଭାବକମାନେ ଉପସ୍ଥିତ ଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave a Reply

Your email address will not be published. Required fields are marked *