ଓଡ଼ିଶା ସମାଚାର

ନାବାଳିକାକୁ ଅପହରଣ, ତାଳପଦା ଜଙ୍ଗଲରୁ ନାବାଳିକାର କଙ୍କାଳ ଉଦ୍ଧାର, ଜଣେ ଅଟକ

 Current News

ନାବାଳିକାକୁ ଅପହରଣ, ତାଳପଦା ଜଙ୍ଗଲରୁ ନାବାଳିକାର କଙ୍କାଳ ଉଦ୍ଧାର, ଜଣେ ଅଟକ

ନାବାଳିକାକୁ ଅପହରଣ, ତାଳପଦା ଜଙ୍ଗଲରୁ ନାବାଳିକାର କଙ୍କାଳ ଉଦ୍ଧାର, ଜଣେ ଅଟକ
June 30
20:20 2017

ହରିଚନ୍ଦନପୁର, ୩୦/୦୬/୨୦୧୭(ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅର୍ନ୍ତଗତ ତାଳପଦା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ନାବାଳିକାର କଙ୍କାଳ ଉଦ୍ଧାର ହୋଇଛି  । ଶବଟି ଗତ ୧୩ ତାରିଖର ନିଖୋଜ ଥିବା କାଳିଆପାଣି ଥାନା ଅର୍ନ୍ତଗତ ଗୁରୁଜଙ୍ଗପାଳ ଗ୍ରାମର ଲେମ୍ବୋ ସିଂ ବୋଲି ଜଣା ପଡିଛି । ତାଳପଦା ଗ୍ରାମର କିଛି ଲୋକ ଜଙ୍ଗଲକୁ ଛତୁ ପାଇଁ ଯାଇଥିବା ବେଳେ ଗଳିତ କଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ସାଇନ୍ଟିଫିକ୍ ଟିମ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶବର ପୋଷାକରୁ ନିଖୋଜ ଥିବା ଝିଅର ମା ତାକୁ ଚିହ୍ନଟ କରିଛନ୍ତି । ତେବେ ଗତ ୧୩ ତାରିଖରେ ନିଖୋଜ ଲେମ୍ବୋ ସିଂ ଓସ୍ତପାଳ ଗ୍ରାମର ଜଣେ ବିବାହିତ ଯୁବକ ସହ ଘରୁ ଚାଲି ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି । ଖବରରୁ ପ୍ରକାଶଯେ, ଦୈତାରୀ-ରେବଣାପଳାଶପାଳ ବରେଇଗୋଡା ପଂଚାୟତ ତାଳପଦା ଗ୍ରାମକୁ ଲାଗିରହିଥିବା ଜଙ୍ଗଲର ନାଳ ନିକଟରୁ ଏକ ଯୁବତୀର ଗଳିତ ମୃତଦେହ ପୋଲିସ ଜବତ କରିଛି । ଯୁବତୀର ଶରୀର ସଂପୂର୍ଣ୍ଣ ପଚିଯାଇଥିବା ବେଳେ ଖପୁରୀ ଓ ହାଡ ଗୁଡିକ ପଡି ରହିଛି । କେତେକ ହାଡରେ ଶରୀରର କିଛି ଅଂଶ ସପୂର୍ଣ୍ଣପଚି ଯାଇଥିବା ଅବସ୍ଥାରେ ନିକଟରୁ ଏକ ବ୍ୟାଗ୍ରେ ଯୁବତୀର କିଛି ପୋଷାକ ଅନ୍ୟାନ୍ୟ ସାମଗ୍ରୀ ପାଖରେ ପଡି ରହିଥିବା ମଧ୍ୟ ପୋଲିସ ଜବତ କରିଛି ।Harichandanpur 1

ତେବେ ନାବାଳିକା ଜଣଙ୍କ ଯାଜପୁର ଜିଲ୍ଲ୍ା କାଳିଆପାଣି ଥାନା ଅନ୍ତର୍ଗତ ଗୁପ୍ତାହାଟିଂ ନିକସ୍ଥ ଗୁରୁଜଙ୍ଗପାଟି ଅଂଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଛାତ୍ରୀ ଜଣଙ୍କ ୯ମ ଶ୍ରେଣୀରେ ପଢୁଥିବା ବେଳେ ଟମକା ଥାନା କଅଁସ ନିକସ୍ଥ ଅସ୍ତପାଳ ଗ୍ରାମର ଜେଣେ ବିବାହିତା ଯୁବକ ସହିତ ବର୍ଷକ ତଳେ ଫୋନରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ରଖିଥିବାରୁ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ଯୁବତୀ ଜଣଙ୍କ ବିବାହ କରିବା ପାଇଁ ଚାପ ପକାଇବାରୁ ଗତ ୧୩ ତାରୀଖ ଦିନ ଏକ ବାଇକ୍ରେ ତାଙ୍କୁନେଇ ଆସିଥିଲେ । ଦୈତାରୀ ଥାନା ଅଂଚଳର ତାଳପଦା ଗ୍ରାମରେ ଯୁବକ ଜଣଙ୍କର ଭିଣୋଇ ଘରେ ଆସି ରହିଥିଲେ । କିଛିଦିନ ରହିବା ପରେ ପରବର୍ତୀ ସମୟରେ ଉଭୟ ଭିଣୋଇ ଘରୁ ପଳାଇ ଆସିଥିବା ବେଳେ ଉଭୟଙ୍କର ପତା ମିଳି ନଥିଲା । ଗୁରୁବାର ଦିନ ଶବ ଜବତ କରିବା ପରେ ନାବାଳିକାର ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ । ପରିବାର ଲୋକେ ଘଟଣା ସ୍ଥଳରେ ପହଂଚି ଯୁବତୀର ପୋଷାକକୁ ଦେଖି ଚିହ୍ନଟ କରିଥିଲେ । ଏପଟେ ଅଟକ ରହିଥିବା ଯୁବକ ଜଣଙ୍କ ପୋଲିସ ଆଗରେ ୯ ମାସର ଗର୍ଭବତୀ ରହିଥିବା ପ୍ରକାଶ କରିଥିଲା । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

thirteen + thirteen =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...