ସଡକ ଦୁର୍ଘଟଣା ରେ ଆସନ୍ନ ମୃତ୍ୟୁ ରୁ ବଞ୍ଚିଲେ ଶ୍ରମିକ

ଜଗତସିଂହପୁର, ୧୪/୦୨/୨୦୨୪ (ଓଡ଼ିଶା ସମାଚାର)- ଆଜି ରଘୁନାଥପୁର ବ୍ଳକ ବଜାର ରେ ଏକ ସଡକ ଦୁର୍ଘଟଣା ଘଟିଛି, ଯେଉଁଥିରେ ବୋର୍ ଓ୍ବେଲ ଡ୍ରିଲିଂ ମେସିନ ଓଲଟି ଯିବା ଫଳରେ ୬ ଜଣ ଶ୍ରମିକ ଏହା ତଳେ ଚାପି ହୋଇ ରହି ଯାଇଥିଲେ। ଏହି ଦୁର୍ଘଟଣା ରେ ଦମକଳ ବାହୀନି ତୁରନ୍ତ ଘଟଣା ସ୍ଥଳ ରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ କୁ ତ୍ୱରିତ କରି ୫ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ୍ କୁ ସ୍ଥାନାନ୍ତର କରିଥିଲେ । ମାତ୍ର ୨୩ ବର୍ଷିୟ ବିରବଲ ଏହି ପାଇପ ତଳେ ଫସି ରହିଯାଇଥିଲେ। ଦମକଳ ବାହିନୀ ଜିଲ୍ଲା ମୁଖ୍ୟ ଶ୍ରୀ ପାଢ଼ୀ ତୁରନ୍ତ ପଦକ୍ଷେପ ନେଇ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସେକ୍ ଇଯାଜ୍ ଇକବଲ୍ ଙ୍କୁ ଘଟଣା ବିଷୟରେ ଅବଗତ କରିଥିଲେ ଏବଂ କଟକ ମୁଖ୍ୟ ଦମଳବାହିନୀ କୁ ଯୋଗାଯୋଗ କରି ଜରୁରୀ ଉପକରଣ ସହାୟତାରେ ମୃତ୍ୟୁ ସହିତ ଲଢୁଥିବା ବିରବଲ ଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ବିରବଲ ଙ୍କୁ ଚିକିତ୍ସା ନିମନ୍ତେ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର ଅଭିଯାନ ରାଘୁନାଥପୁର ଫାୟାର୍ ଫାଇଟର୍ ଟିମ ଓ ଜିଲ୍ଲା ମୁଖ୍ୟ ଫାୟାର୍ ଫାଇଟର୍ ଟିମଙ୍କ ମିଳିତ ସହଯୋଗରେ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *