ଶ୍ରମିକ ବୋଝେଇ ପିକଅପ ଭ୍ୟାନ ଓଲଟି ,୨ ମୃତ ୩୦ ରୁ ଉର୍ଦ୍ଧ୍ବ ଗୁରୁତର 

କଳାହାଣ୍ଡି , ୧୧/୦୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ )- ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମିଚାଗାଁର ୬୦ରୁ ଉର୍ଦ୍ଧ୍ବ ମହିଳା, ପୁରୁଷ ଓ ନାବାଳିକା ଝିଅ ଶ୍ରମିକମାନେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରଗୁଡା ଗ୍ରାମକୁ ଚାଷ କାମ ବା ଧାନ ରୁହା କାମ କରିବା ପାଇଁ ଯାଇଥିଲେ । ସେଠାରେ  କାମ ସାରି ଏକ ବଲେରୋ ପିକଅପ ଗାଡିରେ ନିଜ ଗାଁକୁ ସନ୍ଧ୍ୟା ସମୟରେ ଫେରୁଥିଲେ । ପିକଅପ ଗାଡି ଟି  ଡୋକରିପଡା ଛକଠାରେ ଓଲିଟିଲା। ଏଥିରେ ମିଚା ଗାଁର ମୋହନ ବିଶ୍ବାଳ(ବୟସ-୫୫) ଓ ମଞ୍ଜୁରୀ ବିଶ୍ୱାଳ(ବୟସ-୩୦)ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।  ୩୦ ରୁ ଉର୍ଦ୍ଧ୍ବ ଶ୍ରମିକ  ମାନଙ୍କୁ ଚିକିତ୍ସା ପାଇଁ ଜୁନାଗଡ଼  ଭବାନୀପାଟଣା   ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ପକ୍ଷରେ ଏବେବି ଅନେକ ଶ୍ରମିକ ଡାକ୍ତରଖାନାରେ ଜୀଵନ ମରଣ ସହ ସଂଗ୍ରାମ କରୁଛନ୍ତି । ଅନ୍ୟ ପକ୍ଷରେ ମୃତ ମୋହନ ବିଶ୍ୱାଳଙ୍କ ଶବ ଧର୍ମଗଡ଼ ଡାକ୍ତରଖାନାରେ ଥିବା ବେଳେ ମୃତ ମଞ୍ଜୁରୀ ବିଶ୍ବାଳଙ୍କ ଶବ ଜୁନାଗଡ଼ ଡାକ୍ତରଖାନାରେ ଥିବା ଜଣାପଡିଛି । ଆସନ୍ତା  କାfò ଶବ ବ୍ୟବଚ୍ଛେଦ ପରେ  ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି ।

Leave a Reply

Your email address will not be published. Required fields are marked *