ଓଡିଶା ଷ୍ଟେଟ ବ୍ୟାଡମିଂଟନ ମାଷ୍ଟର୍ ଚାମ୍ପିଅନ୍ ଟୁର୍ନାମେଣ୍ଟ –

କଳାହାଣ୍ଡି,୧୧/୦୨/୨୦୨୪ (ଓଡ଼ିଶା ସମାଚାର/ରାକେଶ ବେମାଲ)- ଓଡିଶା ଷ୍ଟେଟ ବ୍ୟାଡମିଂଟନ ଆସୋସିଏସନ ଦ୍ଵାରା ଆୟୋଜିତ ୟ୍ୟୁନେକ୍ସ ସନ୍ ରାଇଜ ମାଷ୍ଟର୍ ଚାମ୍ପିୟନ ସିପ୍ ବ୍ୟାଡମିଂଟନ ଟୁର୍ନାମେଣ୍ଟ ମାଲକାନଗିରି ଠାରେ ଅୟୋଜିତ ହୋଇଥିଲା । ଉକ୍ତ ଟୁର୍ନାମେଣ୍ଟ ରେ ୫୫ ବର୍ଷ ରୁ ଉର୍ଦ୍ଧ ବିଭାଗରେ କଳାହାଣ୍ଡି ଜିଲ୍ଲା ବ୍ୟାଡମିଂଟନ ଆସୋସିଏସନ ର ଶ୍ରୀ ସମୀର କୁମାର ସାହୁ ଓ  ଚତୁର୍ଭୁଜ ନାଏକ ଡ଼ବଲ୍ସ ରେ ଚାମ୍ପିଅନ୍ ଓ ସମୀର କୁମାର ସାହୁ ୫୫ ବର୍ଷ ରୁ ଉର୍ଦ୍ଧ ସିଂଗଲ୍ସ ରେ ଉପବିଜେତା ଓ ମହେଶ କୁକରେଜା ୫୦ ରୁ ବର୍ଷ ରୁ ଉର୍ଦ୍ଧ ବିଭାଗରେ ଡ଼ବଲ୍ସ ରେ ଉପବିଜେତା ଓ ୪୫ ବର୍ଷ ରୁ ଉର୍ଦ୍ଧ ବିଭାଗ ରେ ଉପବିଜେତା  ହୋଇ କଳାହାଣ୍ଡି ତଥା ଜୁନାଗଡ ପାଇଁ ଗୌରବ ଆଣିଦେଇଛନ୍ତି । ତେଣୁ କଳାହାଣ୍ଡି ବ୍ୟାଡମିଂଟନ ଆସୋସିଏସନ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *