ପ୍ରଫେସର (ଡା) ନିରଞ୍ଜନ ମହାନ୍ତି (ହୋମିଓପ୍ୟାଥି) ଙ୍କୁ “ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ” (LIVING LEGEND AWARD)

ଭୁବନେଶ୍ୱର,୧୦/୦୨/୨୦୨୪ (ଓଡ଼ିଶା ସମାଚାର)-ହାଇଦ୍ରାବାଦ ଠାରେ ଆଇ.ଆଇ.ଏଚ.ପି (IIHP) ଓ ତେଲେଙ୍ଗାନାର ସମସ୍ତ ହୋମିଓ ପ୍ୟାଥିକ ମେଡିକାଲ କଲେଜ ର ମିଳିତ ଆନୁକୁଲ୍ୟରେ ଏକ ଆନ୍ତର୍ଜାତୀୟ ହୋମିଓପ୍ୟାଥିକ ସମ୍ମିଳନୀ ଚଳିତ ମାସ ୧୦-୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି । ଏହି ସମ୍ମିଳନୀରେ ଦେଶ ଓ ବିଦେଶରୁ ବିଶିଷ୍ଟ ଡାକ୍ତର ଯୋଗଦାନ କରିଛନ୍ତି । ଏହି ବିଶିଷ୍ଟ ସମ୍ମିଳନୀରେ ଡା. ନିରଞ୍ଜନ ମହାନ୍ତିଙ୍କୁ “ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ” ରେ ସମ୍ମାନିତ କରାଯାଇଛି । ସେ ମୁଖ୍ୟ ବକ୍ତାଭାବରେ ଯୋଗଦାନକରି ନିଜର ସଂଦର୍ଭ “Auto immune disorders in Homoeopathy with special reference to Psoriasis” ଶିର୍ଷକ ଉପରେ ଆଲୋକ ପାତ କରି ଜନ ମାନସ ଦ୍ୱାରା ଆଦ୍ରୁତ ହୋଇଛନ୍ତି ।

ସେ ନିଜ ଜୀବନ କାଳରେ ୧୬ବର୍ଷ ଉପସ୍ନାତକର ପ୍ରଧାନ ଅଂଶ ଓ ରିପୋଟୋରୀ ବିଭାଗର ଅଧ୍ୟାପକ ରୂପେ କାର୍ଯ୍ୟତ ଥିଲେ, ସେଥିମଧ୍ୟରୁ ୩ବର୍ଷ ସେ ଡ଼ା. ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସପିଟାଲରେ ଅଧ୍ୟକ୍ଷ ଏବଂ ଅଧିକ୍ଷକ ରୂପେ କାର୍ଯ୍ୟରତ ଥିଲେ ।

ଦୀର୍ଘ ୪୫ ବର୍ଷ ଧରି ଚିକିତ୍ସା ଓ ଅଧ୍ୟାପନା ସହିତ ବହୁ ମୂଲ୍ୟବାନ ପାଠ୍ୟପୁସ୍ତକ ଲେଖି ହାମିଓପ୍ୟାଥିକ ଚିକିତ୍ସା ଜଗତକୁ ନୂତନ ଆଲୋକ ଦେଖାଇବା ସହିତ ରାଜ୍ୟ ଓ ଦେଶ, ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି । ଜାତୀୟ ଓ ଆନ୍ତର୍ଜାତିୟ ହୋମିଓପ୍ୟାଥିକ ସମ୍ମୀଳନୀରେ ଯୋଗାଦନ ସହିତ ବିଭିନ୍ନ ପ୍ରମାଣ ଭିତିକ ସଫଳତା ଉପସ୍ଥାପନା କରିବା ସହିତ ବିଶ୍ୱଦରବାରରେ ହୋମିଓପ୍ୟାଥିର ଉପଯୋଗିତାକୁ ପରିଚିତ କରାଇପାରିଛନ୍ତି । ଡ଼ାକ୍ତର ମହାନ୍ତି ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍, ଜାତୀୟ ସଭାପତି ଆଇ.ଆଇ.ଏଚ.ପି ଓ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ହୋମିଓପାଥିକ ଅନୁସନ୍ଧାନ ପରିଷଦର ପୂର୍ବତନ ସଦସ୍ୟ, ଜାତୀୟ ରୋଗ ଗବେଷଣା କେନ୍ଦ୍ରର ସଭାପତି ଓ ଦୀର୍ଘ ୨୭ବର୍ଷ ଧରି ଜାତୀୟ ପରିବାର ନିୟୋଜନ ସେବାରେ ବିଭିନ୍ନ ପଦପଦବୀ ଓ ଶେଷରେ ସଭାପତି ଦାୟିତ୍ୱ ତୁଲାଇଥିଲେ । ଏହା ବ୍ୟତୀତ ହୋମିଓପ୍ୟାଥିର ପ୍ରଚାର ଓ ପ୍ରସାର ଦିଗରେ ନିଜେ ଦୂରଦର୍ଶନ, ଭାରତୀୟ ଆକାଶବାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ଉପସ୍ଥାପନା କରିବା ସହିତ

ବହୁ ଡାକ୍ତରୀ ଅନୁଚ୍ଛେଦକୁ ପତି୍ରକା ଓ ଖବର କାଗଜ ମାଧ୍ୟମରେ ପ୍ରକାଶ କରି ଆସୁଛନ୍ତି । ପୂର୍ବତନ ନେସନାଲ ଭାଏସ ପ୍ରେସିଡେଂଟ ଟୁ ଏଲ.ଏମ.ଏଚ.ଆଇ. (ବିଶ୍ୱ ହୋମିଓପ୍ୟାଥିକ ସଂଘ) ଏଠାରେ ସେ ଭାରତୀୟ ହୋମିଓପ୍ୟାଥିକ ଚିକିତ୍ସାକୁ ଉଚ୍ଚକୋଟିର କରିବାରେ ସକ୍ଷମ ହୋଇଛନ୍ତି ।

ଡ଼ା ମହାନ୍ତିଙ୍କ ବଦାନ୍ୟତା ଜାତୀୟ ପରିବାର ନିୟୋଜନ ସଂସ୍ଥାକୁ ପ୍ରତି ବର୍ଷ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ମରୁଡ଼ିି, ବାତ୍ୟା କ୍ଷତିଗ୍ରସ୍ଥ ଅଂଚଳ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଆସୁ ଅଛନ୍ତି । ଏହା ବ୍ୟତିତ ଭାରତ ସରକାରଙ୍କ ଦ୍ୱରା ମିଳିଥିବା ଶ୍ରେଷ୍ଠ ଶିକ୍ଷକ ପୁରଷ୍କାରରେ ଦିଆଯାଇଥିôବା ସମସ୍ତ ରାଶି ଟ. ୨,୦୦,୦୦୦ ଙ୍କା ବିନା ଦ୍ୱିଧାରେ ତତକ୍ଷଣାତ୍ ଇଣ୍ଡିଆନ ଇନ ଟିଭଟ  ଅଫ ହୋମିଓପ୍ୟାଥିକ ଫିଜିସିଆନ ସଂସ୍ଥାନକୁ ଦାନ ସ୍ୱରୂପ ପ୍ରଦାନ କରିଥିଲେ । ୧୯୭୫ ମସିହା ଠାରୁ ଆଜି ପର୍ଯ୍ୟନ୍ତ ନିଜକୁ ଦିନରାତି ଧନୀ ଓ ଗରିବ ନିର୍ବିଶେଷରେ ନିଜକୁ ଡାକ୍ତରୀ ସେବାରେ ନିୟୋଜିତ କରି ଆସୁଛନ୍ତି । ବର୍ତମାନ ଭାରତ ବର୍ଷର ବିଭିନ୍ନ କୋଣରୁ ପରାତନ ଓ ଅସାଧ୍ୟ ରୋଗୀ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଛନ୍ତି । ବର୍ତମାନ ନିଜ ବାସଭବନ ୯୨ ଧର୍ମବିହାର, ଖଣ୍ଡଗିରି , ଭୁବନେଶ୍ୱର ରେ ଚିକିତ୍ସା ସିହତ ଆନ୍ତର୍ଜାତିୟ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ନିଜର ଶିକ୍ଷା ଓ ଗବେଷଣା ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *