ଭି ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଅର୍ଥମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)- ଖଲ୍ଲିକୋଟ ରାଣୀ ପୂର୍ବତନ ବରିଷ୍ଠ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ  ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକ ଶୋକ ବାର୍ତ୍ତା ରେ ସେ କହିଛନ୍ତି ଯେ “ଖଲ୍ଲିକୋଟ ରାଣୀ ପୂର୍ବତନ ବରିଷ୍ଠ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ । ତାଙ୍କ ଦୀର୍ଘ ଦିନର ରାଜନୈତିକ ଯାତ୍ରା ଥିଲା ଅବିସ୍ମରଣୀୟ । 10 ଥର ବିଧାୟିକା ଭାବେ ନିର୍ବାଚିତ ହେଵା ତାଙ୍କ ଜନପ୍ରିୟତାର ପ୍ରମାଣ ଥିଲା । ଜଣେ ସ୍ପଷ୍ଟବାଦୀ, କ୍ଷମତା ପ୍ରତି ଚିର ଅନାସକ୍ତ ରାଜନେତ୍ରୀ ଭାବେ ସେ ଜନମାନସରେ ସୁପରିଚିତ ଥିଲେ । 5 ଦଶନ୍ଧି ଧରି ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାୟିକାଭାବେ ସେ ଜନସାଧାରଣଙ୍କ ସେବାରେ ଆଜୀବନ ବ୍ରତୀ ଥିଲେ  ଓ ଅଞ୍ଚଳର ସାମଗ୍ରିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ ।  ତାଙ୍କ ବିୟୋଗରେ ଓଡ଼ିଶାର ରାଜନୀତି କ୍ଷେତ୍ରରେ ଏକ ଦାରୁଣ ଓ ଅପୂରଣୀୟ  କ୍ଷତି ହୋଇଛି” ।

ମନ୍ତ୍ରୀ ଶ୍ରୀ ଆରୁଖ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସଂଗେ ସଙ୍ଗେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । “

Leave a Reply

Your email address will not be published. Required fields are marked *