ସିଆରପିଏଫ, ମାଓବାଦୀ ଗୁଳି ବିନିମୟ

                                                 ମାଓବାଦୀଙ୍କ ଛତ୍ରଭାଙ୍ଗ, ଯବାନ ଙ୍କ ସର୍ଚ୍ଚ ଅପରେସନ ଜାରି

ନୂଆପଡ଼ା, ୦୯/୦୨/୨୦୨୪ (ଓଡ଼ିଶା ସମାଚାର)- ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟ ତଳି ବରକୋଟ ଘାଟି ନିକଟରେ ସିଆରପିଏଫ ଓ ମାଓବାଦୀ ଗୁଳି ବିନିମୟ ହୋଇଛି । ତେବେ ଯବାନଙ୍କୁ ସାମନା କରିନପାରି ମାଓବାଦୀମାନେ ଛାତ୍ରଭଙ୍ଗ ଦେଇଛନ୍ତି । ଏବେ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।ଗତକାଲି ରାତିରେ ସିଆରପିଏଫ ୨୧୬ ବ୍ୟାଟଲିୟନର ବରକୋଟ କ୍ୟାମ୍ପର ଯବାନମାନେ ସୁନାବେଡା ଅଭୟାରଣ୍ୟ ଭିତରକୁ କମ୍ବିଂ ଅପରେସନରେ ଯାଇଥିଲେ । ଆଜି ଭୋର ସକାଳୁ ସିଆରପିଏଫ ଯବାନମାନେ ଅପରେସନ ସାରି ବରକୋଟ କ୍ୟାମ୍ପକୁ ଫେରୁଥିଲେ । ତେବେ ବରକୋଟ ଓ ଚେରେଚୁଆଁ ମଧ୍ୟସ୍ଥ ଘାଟିର ଡାହାଣ ପାର୍ଶ୍ଵରେ ଯବାନମାନେ ମାଓବାଦୀଙ୍କ ସହ ମୁହଁମୁହିଁ ହୋଇଥିଲେ । ପ୍ରଥମେ ମାଓବାଦୀମାନେ ୫ ରାଉଣ୍ଡ ଗୁଳି ଚାଳନା କରିଥିଲେ । ଯବାନମାନେ ପାଲଟା ଜବାବ ଦେଇ ଗୁଳି ଚାଳନା କରିଥିଲେ । ଶେଷରେ ମାଓବାଦୀମାନେ ଯବାନଙ୍କ ଗୁଲିକୁ ସାମନା କରିନପାରି ଛାତ୍ରଭଙ୍ଗ ଦେଇଥିଲେ । ଏବେ ଜବାନଙ୍କ ସର୍ଚ୍ଚ ଅପରେଶନ ଜାରି ରହିଛି । ବରକୋଟ ସିଆରପିଏଫ କ୍ୟାମ୍ପ ଠାରୁ ପ୍ରାୟ ଅଢେଇ କିମି ଦୂରତା ଓ ବରକୋଟ ଗାଁ ମୁଣ୍ଡରେ ମାଓବାଦୀମାନେ ସକ୍ରିୟ ରହିବା ସହ ଯବାନଙ୍କ ଉପରେ ଗୁଳି ଚାଳନା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏବେ ସୁନାବେଡା ଅଭୟାରଣ୍ୟ ତଳି ଅଞ୍ଚଳରେ ମାଓ ଭୟ ଖେଳି ଯାଇଛି ।

ସେହିପରି ଗତକାଲି ପଡୋଶୀ ରାଜ୍ୟ ଛତିଶଗଡ଼ ଗରୀୟାବନ୍ଦ ଜିଲ୍ଲା ଯୁଗାର ଥାନା ଅନ୍ତର୍ଗତ ପିପିଲଖୁଟା ଜଙ୍ଗଲ ନିକଟରେ ମାଓ ସାମଗ୍ରୀ ଠାଵ ହୋଇଥିବା ବେଳେ ମାଓବାଦୀ ମାନେ ଛତ୍ରଭଙ୍ଗ ହୋଇଥିବା ନେଇ ଗତକାଲି ରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *