ଧରିଣା ପଞ୍ଚାୟତରେ ସଦର ଵିଜେପିର ବୁଥ ସଶକ୍ତିକରଣ କରଣ ଓ ଗାଁ କୁ ଚାଲ ଅଭିଯାନ

କଟକ ସଦର,୦୭/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଵିଜେପି ଯୁବ ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଆଜି ବୁଧବାର ଦିନ ଧରିଣା ପଞ୍ଚାୟତରେ ବୁଥ ସଶକ୍ତିକରଣ ଓ ଗାଁ କୁ ଚାଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଗୋପ ଗୋସ୍ୱାମୀ ମଠ ପରିସରରେ ଆୟୋଜିତ ଅଭିଯାନ ସଭାରେ’ ବୁଥ ହେଲେ ଶସକ୍ତ ଵିଜେପି ର ହେଵ ବାଜିମାତ’ ଵୋଲି ବକ୍ତବ୍ୟରେ ପ୍ରକାଶ ପ୍ରକାଶ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ନିର୍ବାଚନମଣ୍ଡଳୀ ପ୍ରଭାରୀ ରଶ୍ମିରେଖା ଦାସ,ଓଵିସି ମୋର୍ଚ୍ଚା ସଭାପତି ପ୍ରତାପ ରାଉତ, ଧରିଣା ପଞ୍ଚାୟତର ପୂର୍ବତନ ସରପଂଚ ବିରଜା ପ୍ରସାଦ ସାହୁ, ପୂର୍ବତନ ସମିତି ସଭ୍ୟ ତଥା ପଞ୍ଚାୟତ ଵିଜେପି ପ୍ରମୁଖ କେଳୁଚରଣ ମହାଳି, କିଶନନଗର ମଣ୍ଡଳ ସଭାପତି ଚିତ୍ତରଂଜନ ସାହୁ,ଉରାଳି ମଣ୍ଡଳ ସଭାପତି ପ୍ରଦୀପ ବେହେରା, କିଶନନଗର ପଞ୍ଚାୟତର ପୂର୍ବତନ ସରପଂଚ ବାଉରୀବନ୍ଧୁ ମହାନ୍ତି, ଵୋଧପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ବିଶ୍ୱନାଥ ବସ୍ତିଆ, ଅରବିନ୍ଦ ମହାନ୍ତି,ସମିର ସେନାପତି ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *