ବରିଷ୍ଠ ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକରେ ଶୋକ

ଯାଜପୁର, ୦୬/୦୨/୨୦୨୪ (ଓଡ଼ିଶା ସମାଚାର)- ଯାଜପୁର ଜିଲାର ପ୍ରତିଷ୍ଠିତ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁଙ୍କ ବଡ ଭାଇ ତଥା ବରିଷ୍ଠ ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ବିନୋଦ ବିହାରୀ ସାହୁ(୯୦)ଙ୍କର ଆଜି ତାରାମଦନ ସ୍ଥିତ ବାସଭବନରେ ପରଲୋକ ଘଟିଛି । ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ରୋଗରେ ପିଡିତ ଥିଲେ । ସ୍ୱର୍ଗତ ବିନୋଦଙ୍କ ବିୟୋଗରେ ଯାଜପୁର ସହରରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘଦିନ ଧରି ଟ୍ରେଜେରି ଅପିଂସରେ କାର୍ଯ୍ୟକରିଥିଲେ । ଏଥିସହିତ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦୀର ଟ୍ରଷ୍ଟର ଦୁଇ ଦୁଇ ଥର ସଦସ୍ୟ ଥିଲେ । ଏଥିସହିତ ତାରାମଦନ ଉଚ୍ଚ ବିଦ୍ୟାଳୟ ପରିଚାଳନା କମଟିର ସଦସ୍ୟ,ବିରଜା ସଂସ୍କୃତ ଟୋଲର ପରିଚାଳନା ସଦସ୍ୟ ଭଳି ଅନେକ ସଂଗଠନ ଓ ସାମାଜିକ ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ସାନ ଭାଇ,ଭାଇ ବୋହୁ,ପୁଅ,ବୋହୁ,ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ । ମୃତୁ୍ୟ ଖବର ପାଇ ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ,ଯାଜପୁର ବିଧାୟକଙ୍କ ପ୍ରତିନିଧି ସତ୍ୟ ପ୍ରକାଶ ଦାସ,ପ୍ରମୁଖ ପହଂଚି ଶୋକ ସନ୍ତପ ପରିବାରକୁ ଶାନ୍ତ୍ୱନା ଦେବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ବିଳମ୍ବିତ ରାତ୍ରୀ ରେ ବାରୁଣୀ ମହାଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।

Leave a Reply

Your email address will not be published. Required fields are marked *