ଓଡ଼ିଶା ସମାଚାର

ଓଡ଼ିଶା ଟୁରିଜିମ୍ କନ୍କ୍ଲେଭ-୨୦୧୭ ଉଦଘାଟିତ : ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଉଲ୍ଲେଖନୀୟ – ରାଜ୍ୟପାଳ

ଓଡ଼ିଶା ଟୁରିଜିମ୍ କନ୍କ୍ଲେଭ-୨୦୧୭ ଉଦଘାଟିତ : ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଉଲ୍ଲେଖନୀୟ – ରାଜ୍ୟପାଳ

ଓଡ଼ିଶା ଟୁରିଜିମ୍ କନ୍କ୍ଲେଭ-୨୦୧୭ ଉଦଘାଟିତ : ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଉଲ୍ଲେଖନୀୟ – ରାଜ୍ୟପାଳ
June 18
12:54 2017

ଭୁବନେଶ୍ୱର, ୧୮/୦୬/୨୦୧୭(ଓଡ଼ିଶା ସମାଚାର)-ଆନ୍ତର୍ଜାତୀୟ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ପର୍ଯ୍ୟଟନ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଅନେକ ଦେଶର ପର୍ଯ୍ୟଟନ ହିଁ ଆୟର ମୁଖ୍ୟ ପନ୍ଥା ହୋଇଛି । ପର୍ଯ୍ୟଟନ ଅନେକ କ୍ଷେତ୍ର ଯଥା ପରିବହନ, ଖାଦ୍ୟ, ମନୋରଂଜନ, ହସ୍ତଶିଳ୍ପ, ବିକ୍ରୀବଟା, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଆଦିକୁ ପ୍ରଭାବିତ କରିଥାଏ ବୋଲି ରାଜ୍ୟପାଳ ଡ଼. ଏସ୍.ସି. ଜମିର୍ ପ୍ରକାଶ କରିଛନ୍ତି । ହୋଟେଲ ଓ ରେସ୍ତୋରାଁ ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ଆୟୋଜିତ ଓଡ଼ିଶା ଟୁରିଜିମ୍ କନ୍କ୍ଲେଭ- ୨୦୧୭କୁ ଉଦ୍ଘାଟନ କରି ରାଜ୍ୟପାଳ କହିଲେ ଯେ ଓଡ଼ିଶାର ଯଥେଷ୍ଟ ପର୍ଯ୍ୟଟନ ସାମର୍ଥ୍ୟ ଅଛି ଯାହାର ଉପଯୋଗ ହେବା ଦରକାର । ଓଡ଼ିଶାର ଅନେକ ବିଶେଷତା ସାରା ପୃଥିବୀ ଦେଖିବାର ଅଛି । ଓଡ଼ିଶାର ସ୍ଥିତି ଏବଂ ଏହାର କଳା ଓ ସଂସ୍କୃତି ଓଡ଼ିଶାର ସ୍ୱାତନ୍ତ୍ର୍ୟତା ପ୍ରକାଶ କରେ । ପ୍ରାକୃତିକ ଓ ସାଂସ୍କୃତିକ ସମ୍ପଦ ପାଇଁ ଓଡ଼ିଶା ବେଶ୍ ଚର୍ଚ୍ଚିତ । ଓଡ଼ିଶାର ଅନେକ ପ୍ରାଚୀନ କୀର୍ତିରାଜି, ସୁନ୍ଦର ବେଳାଭୂମି, ସମୃଦ୍ଧ କଳା ଓ ସଂସ୍କୃତି, ମେଳା ମହୋସôବ ଓ ଗ୍ରାମ୍ୟ ବିଭବ ରହିଛି ଯାହାକି ପର୍ଯ୍ୟଟକମାନଙ୍କୁ ମୁଗ୍ଧ କରିବ ବୋଲି ରାଜ୍ୟପାଳ କହିଛନ୍ତି । ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଉଲ୍ଲେଖନୀୟ । ରାଜ୍ୟ ସରକାର ପର୍ଯ୍ୟଟନର ବିକାଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ପରିବେଶ ପର୍ଯ୍ୟଟନ ଓ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ରରେ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ନୂତନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ପୁରୁଣା କ୍ଷେତ୍ରର ବିକାଶ କରାଯାଉଛି । ଓଡ଼ିଶାକୁ ବେଶୀ ସଂଖ୍ୟାରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ମାଲେସିଆ ଓ ଦକ୍ଷିଣ ପୂର୍ବ ଏସୀୟ ଦେଶ ସହିତ ବିମାନ ସଂଯୋଗ ହୋଇପାରିଛି । ଅନ୍ୟ ଦେଶ ସହିତ ସିଧାସଳଖ ବିମାନ ସେବା ପାଇଁ ଉଦ୍ୟମ କରାଯାଉଛି ଓ ଏହା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରଭାବିତ କରିବ ଓ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ଓଡ଼ିଶାକୁ ଆସିବେ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି ।
ହୋଟେଲ ଓ ରେସ୍ତୋରାଁ ଆସୋସିଏସନ ଅଫ୍ ଓଡ଼ିଶାର ଅଧ୍ୟକ୍ଷ ଜେ.କେ. ମହାନ୍ତି, ଆସୋସିଏସନର ଉପଦେଷ୍ଟା ଦୀପକ ରାଥୋର, ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଆରତୀ ଆହୁଜା, ନାଲକୋର ପରିଚାଳନା ନିର୍ଦ୍ଧେଶକ ଟି.କେ. ଚାନ୍ଦ, ଆସୋସିଏସନର ସଚିବ ଶ୍ରୀନିବାସ ସୁବୁଦ୍ଧି ପ୍ରମୁଖ ଏହି ଅବସରରେ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ସ୍ଥିତି ଓ ଭବିଷ୍ୟତ ସଂପର୍କରେ ଆଲୋଚନା କରିଥିଲେ  । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

5 + 19 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...