ନବଭାରତୀ ବିଦ୍ୟାଭବନ ୧୯୯୧ ବ୍ୟାଚ୍ ପକ୍ଷରୁ ବନ୍ଧୁମିଳନ ।

ଯାଜପୁର, ୦୪/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର )- ବରୀ ବ୍ଲକ ନବଭାରତୀ ବିଦ୍ୟାଭବନ ଭଳି ନୁଆଗାଁ ୧୯୯୧ ମ୍ୟାଟ୍ରିକ ବ୍ୟାଚ ପକ୍ଷରୁ ଏହି ବ୍ୟାଚ୍ ରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁ ମିଳନ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୩ବର୍ଷ ବ୍ୟବଧାନରେ ଆୟୋଜିତ ଉକ୍ତ ମିଳନ କାର୍ୟ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଙ୍ଗାଧର ରାଉତ ଓ ଅନ୍ୟ ଅବସରପ୍ରାପ୍ତ ଶିକ୍ଷକ ନୀଳମଣି ଦାଶ, ଅନିଲ କୁମାର ଷଡଙ୍ଗୀ , ଗଙ୍ଗାଧର ଷଡଙ୍ଗୀ , ମୁଖ୍ୟ କିରାଣୀ ଦୁଃଖିଶ୍ୟାମ ସାହୁ , ଚତୁର୍ଥ ଶ୍ରେଣୀ କର୍ମୀ କୈଳାଶ ସାହୁ , ଅର୍ଜୁନ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜର ଛାତ୍ରଛାତ୍ରୀ ମାନଙ୍କ ସହ କଥପୋକଥନ କରିବା ସହ ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।
କାର୍ୟ୍ୟକ୍ରମ ର ଆୟୋଜନ ନିମନ୍ତେ ପ୍ରିୟ ଗୁରୁଜିମାନେ ପିଲାମାନଙ୍କୁ ଶ୍ରଦ୍ଧାସୁମନ ମଧ୍ୟ ଆଜାଡ଼ି ଦେଇଥିଲେ । ଏହି ବିଦ୍ୟାଳୟ ର ସେମାନଙ୍କ ପ୍ରିୟ ତିନି ଶିକ୍ଷକ ଙ୍କ ଆବର୍ତମାନ ନିମନ୍ତେ ଓ ପ୍ରିୟ ବନ୍ଧୁ ଙ୍କ ନିଧନରେ ଏକ ସାମୁହିକ ଶୋକ ସଭା ଅନୁଷ୍ଟିତ ହୋଇଥିଲା । ପରିଶେଷରେ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜ ବିଷୟରେ ମତ ପ୍ରଦାନ କରିବା ସହ ଏହି ବିଦ୍ୟାଳୟ ସେମାନଙ୍କ ପାଇଁ ଏକ ମନ୍ଦିର ବୋଲି କହିଥିଲେ । ଉକ୍ତ ସଭା କୁ ଜଗନ୍ନାଥ ବାରିକ ସଂଚାଳନ କରୁଥିବା ବେଳେ ବନ୍ଧୁ ମିଳନ କାର୍ୟ୍ୟକ୍ରମକୁ ପର୍ଶୁରାମ ଜେନା ,ହିମାଦ୍ରି ପାତ୍ର , ଅଭିମନ୍ୟୁ ସାହୁ , ତପନ ଦାସ , କଲ୍ୟାଣ ପଣ୍ଡା , ଶରତ ସାହୁ ଓ ଅନ୍ୟମାନେ ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *