ମାଣପୁର ପଞ୍ଚାୟତରେ ‘ ଆମ ଓଡ଼ିଶା ନବୀନ ଓଡ଼ିଶା’ ର ସଚେତନତା କାର୍ଯ୍ୟକ୍ରମ

କଟକ ସଦର , ୦୩/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ମାଣପୁର ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଆଜି ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସରପଂଚ ରଂଜିତା ସେଠୀ ଓ ପଞ୍ଚାୟତ ଵିଜେଡି ସଭାପତି ରୁସ୍ତମ ମହମ୍ମଦଙ୍କ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଯୋଗ ଦେଇ ଗ୍ରାମାଞ୍ଚଳର ପ୍ରତ୍ୟେକ ଲୋକଙ୍କ ପାଖରେ ଯେପରି ବିକାଶ ପହଞ୍ଚିବ ସେଥିପାଇଁ ସମସ୍ତେ ଦାୟିତ୍ଵ ବହନ କରିବା ଉଚିତ୍ ବୋଲି କହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କବିତା ଦାସ, ଭାରତୀ ମହାରଣା, ନିରୁପମା ରାଉତ, ରେଣୁବାଳା ମହାରଣା, ବନଜା ରାଉତ, ଅକ୍ଷୟ ସେଠୀ, ଵାଵୁଲି ପ୍ରଧାନ, ମନମୋହନ ମଲ୍ଲିକ, ସନ୍ତୋଷ ସାହୁ, ବିଭୁତି ଭୁଷଣ ସ୍ୱ।ଇଂ, ଵିଭୂ ପ୍ରଧାନ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *