ଆସନ୍ତା  କାଲି  ଠାରୁ  ପ୍ରଥମ  ବିଶ୍ଵ  ଓଡିଆ  ଭାଷା  ସମ୍ମିଳନୀ. –  କଳାମଣ୍ଡଳ  ପରିସରରେ  ଅକ୍ଷର  ଭୂମି  ର  ଲୋକାର୍ପଣ  କଲେ  ମୁଖ୍ୟମନ୍ତ୍ରୀ

    ସମ୍ମିଳନୀ ସ୍ମୃତି କୁ ଚିର ସ୍ମରଣୀୟ  କରିବ ଅକ୍ଷର ଭୂମି –  ଓଡ଼ିଆ  ଭାଷା ସଂସ୍କୃତି ଓ  କଳାର ଜୟ ଗାନ  କରିବ

ଭୁବନେଶ୍ୱର, ୦୨/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆସନ୍ତା  କାଲି ଫେବୃୟାରୀ ୩ ରୁ  ତିନି ଦିନ ଧରି  ଭୁବନେଶ୍ଵର ର  ଜନତା  ମଇଦାନରେ ପ୍ରଥମ  ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ  ହେବାକୁ ଯାଉଛି।

ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ  ଭୁବନେଶ୍ଵରର କଳାମଣ୍ଡଳ ପରିସରରେ  ନିର୍ମିତ  ହୋଇଛି ଅକ୍ଷରଭୂମି । ଆଜି  ସନ୍ଧ୍ୟାରେ  ଏକ  ବର୍ଣ୍ଣାଢ୍ୟ  ପରିବେଶରେ  ମୁଖ୍ୟମନ୍ତ୍ରୀ ଶ୍ରୀ  ନବୀନ  ପଟନାୟକ ଅକ୍ଷର  ଭୂମିର  ଲୋକାର୍ପଣ  କରିଛନ୍ତି ।

ପ୍ରଥମ  ବିଶ୍ଵ  ଓଡିଆ  ଭାଷା  ସମ୍ମିଳନୀ  କୁ   ସ୍ମରଣୀୟ  କରିବା  ପାଇଁ ଖାଣ୍ଡେଲାଇଟ  ପଥର ରେ  କଳିଙ୍ଗ ଶୈଳୀରେ   ଓଡ଼ିଶାର  କଳା  ଓ   ଭାସ୍କର୍ୟ୍ୟ ର  ଅପୂର୍ବ  ନିଦର୍ଶନ    ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି । ଓଡ଼ିଆ  ବର୍ଣ୍ଣମାଳା ରେ  ସୁଶୋଭିତ  ଅକ୍ଷର  ଭୂମି,  ଆମ    ଭାଷା  ପ୍ରୀତି କୁ  ଉଜ୍ଜୀବିତ  କରି   ରଖିବା  ସହ   ଆମ  ଭାଷା  ସଂସ୍କୃତି  କଳା  ଓ ସ୍ଥାପତ୍ୟ ର  ଜୟ  ଗାନ  କରି ଚାଲିବ ବୋଲି  ମୁଖ୍ୟମନ୍ତ୍ରୀ  କହିଛନ୍ତି ।

 ଆମର  ମହାନ୍  ଐତିହ୍ୟ ଓ  ଶାସ୍ତ୍ରୀୟ  ଓଡ଼ିଆ  ଭାଷାର  ଗୌରବ  ବିଷୟ ରେ  ଅକ୍ଷର  ଭୂମି ଭବିଷ୍ୟତ  ପୀଢି କୁ  ପ୍ରେରଣା   ଦେଇଚାଲିବ  ବୋଲି  ମୁଖ୍ୟମନ୍ତ୍ରୀ ଆଶା  ବ୍ୟକ୍ତ  କରିଥିଲେ ।

ସୂଚନା  ଯୋଗ୍ୟ  ଯେ  ୫-ଟି ଅଧ୍ୟକ୍ଷ ଶ୍ରୀ  ଭି  କାର୍ତ୍ତିକ  ପାଣ୍ଡିଆନ୍  ନିୟମିତ  କଳାମଣ୍ଡଳ  ଯାଇ  ଅକ୍ଷର ଭୂମି  ନିର୍ମାଣ  କାର୍ଯ୍ୟ  ତଦାରଖ  କରୁଥିଲେ । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ idco ଜରିଆରେ ସମ୍ପାଦିତ ହୋଇଛି।

ଲୋକାର୍ପଣ   ଉତ୍ସବରେ  ସଂସ୍କୃତି  ମନ୍ତ୍ରୀ  ଶ୍ରୀ  ଅଶ୍ଵିନୀ  ପାତ୍ର,   ବିଧାୟକ  ଅନନ୍ତ ନାରାୟଣ  ଜେନା,   ବିଧାୟକ  ଶ୍ରୀ  ସୁଶାନ୍ତ  ରାଉତ     BMC  ର   mayor  ସୁଲୋଚନା  ଦାସ,  cmo ର  ମୂଖ୍ୟ  ଉପଦେଷ୍ଟା  ଶ୍ରୀ  ବାଲାକ୍ରିଷ୍ଣନ, ମୁଖ୍ୟ  ଶାସନ ସଚିବ  ଶ୍ରୀ  ପ୍ରଦୀପ  ଜେନା  ଉନ୍ନୟନ  କମିଶନର  ଶ୍ରୀମତୀ  ଅନୁ  ଗର୍ଗ, ଲୋକସମ୍ପର୍କ  ବିଭାଗ  ପ୍ରମୂଖ  ସଚିବ  ଶ୍ରୀ  ସଞ୍ଜୟ  ସିଂହ  ଓ  ସଂସ୍କୃତି  ସଚିବ  ସୁଜାତା  ରାଉତ  କାର୍ତ୍ତିକେୟ  ପ୍ରମୂଖ  ଉପସ୍ଥିତ  ଥିଲେ ।

Leave a Reply

Your email address will not be published. Required fields are marked *