ଜେଡିସିସି କପ ଜୁନାଗଡ଼ ନରେନ୍ଦ୍ର ଭୋଇ ମେମୋରିଆଲ  ପ୍ରଥମ ସେମିଫାଇନାଲ

ଜୁନାଗଡ଼,୦୧/୦୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ )- ସ୍ଥାନୀୟ  ଭଇରୋ ଫିଲଡ ଖେଳ ପଡିଆ ଠାରେ ଜିଲ୍ଲା ର ଷୋହଳ ଗୋଟି  ଟିମ କୁ ନେଇ  ଚାଲିଥିବା ଟେନିସ ବଲ  ଟୁର୍ନାମେଣ୍ଟ ର  ପ୍ରଥମ ସେମିଫାଇନାଲ ଦିନରେ ।  ଯେଦୁର୍ଗା କ୍ଲବ ଜୁନାଗଡ଼ ଓ ଷ୍ଟାର ୧୧ ଭବାନୀପାଟଣା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଛି । ଟସ ଜିତି ଷ୍ଟାର ୧୧ ପ୍ରଥମେ ବ୍ୟଟିଙ୍ଗ କରି ୧୦୫/୯ ୧୨ ଓଭର ରେ ସଂଗ୍ରାହ କରିଥିଲା । ଜବାବ ରେ ଯେ ଦୁର୍ଗା କ୍ଲବ ୧୧.୩ ବଳ ରେ ସମସ୍ତ ରନ ସଂଗ୍ରହ  ବିଜୟ ଲାଭ କରି  ଫାଇନାଲ ରେ ପ୍ରବେଶ କରି ଥିଲା । ଖେଳ ରେ ମୁଖି ଅତିଥି ଭାବେ ସମାଜ ସେବୀ ଦୁର୍ଗା ପ୍ରସାଦ ନାଏକ ଯୋଗଦାନ କରି ଟିମ ମାନଙ୍କୁ ଆଗାମୀ ଦିନରେ ଏ ଭଳି ଟୁର୍ନାମେଣ୍ଟ ଆୟୋଜନ କରି ଖେଳାଳି ଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି କହିଥିଲେ । ଅତିଥି ଭାବେ ସାମ୍ୱାଦିକ ୟୁନିଅନ ସଭାପତି ହିମାଂଶୁ ଶେଖର ବରାଡ଼ ଯୋଗ ଦେଇଥିଲେ । ଖେଳ କୁ ପରିଚାଳନା କରିଥିଲ ମୁନା ଓ ଶିବ ବାରିକ । ସ୍କୋର ରେ ମୋସୀମ ଖାନ ଓ କମେଣ୍ଟ୍ରି ବିପିନ ବାଗ, ଜଗଦୀଶ ଦାୟିତ୍ୱ ତୁଲାଇ ଥିଲେ । ଖେଳ ରେ ସଭାପତି ମୋନଜ କୁମାର ନାଏକ ସମ୍ପାଦକ ଯୋଗିନୀ ପୂଜାରୀ, କୋଷାଧ୍ୟକ୍ଷ ଜିତୁ ନାଏକ,ଅରବାଜ, ଜାଖୀର, ଜାଭିଡ, ଆର୍ତ୍ତ, ରାହୁଲ ଡିକସନ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *