ନୂଆ-ଓ  ଭାଷା ସାହିତ୍ୟ , ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା ଚକ୍ର

                                                                “ଜଗନ୍ନାଥ ସମଗ୍ର ବିଶ୍ଵର ଠାକୁର”

ଭୁବନ ୩୦ /୦୧/୨୦୨୪ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ପାରିମାଳ ଡିଗ୍ରୀ ମହାବିଦ୍ୟାଳୟ ପଣ୍ଡୁଆ ଠାରେ ନୁଆ ଓଡ଼ିଶା ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପାରିମାଳ ମହାବିଦ୍ୟାଳୟ ,ପଣ୍ଡୁଆ ର ପୂର୍ବତନ ଅଧ୍ୟକ୍ଷ ତଥା ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ପ୍ରାଚୀନତା ଆବଶ୍ୟକତା ଓ ଜଗନ୍ନାଥ ସଂସ୍କୃତି ଉପରେ  ବହୁ ତଥ୍ୟ ଭିତ୍ତିକ ତାତ୍ତ୍ବିକ ବକ୍ତବ୍ୟ ପ୍ରଦାନ କରିବା ସହ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଜଗତର ନାଥ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମଗ୍ର ବିଶ୍ବ ର ଠାକୁର ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ  ପିତବାସ ମହାରଣା ପୁଷ୍ପ ଗୁଛ ଓ ଉତ୍ତରୀୟ ପ୍ରଦାନ କରି ଶ୍ରୀଯୁକ୍ତ ପାଣିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଆ ବିଭାଗର ମୁଖ୍ୟ  ଚିତ୍ତରଞ୍ଜନ ସାହୁ  ଓଡ଼ିଆ ଭାଷା ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବରେ  ବିଭୁଦେନ୍ଦୁ ପ୍ରଧାନ,  ଦେଵରାଜ ସାହୁ,  ଚିତ୍ତରଞ୍ଜନ ରାଉତରାୟ, ଉଗ୍ରସେନ ସାହୁ ଯୋଗଦାନ କରି ଓଡ଼ିଆ ଭାଷା ବ୍ୟବହାର ବିଷୟରେ ଗୁରୁତ୍ବ ଦେଇଥିଲେ। ଅଧ୍ୟାପିକା ଶ୍ରୀମତୀ ବିନୋଦିନୀ ବେହେରା  ସଭା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *