କନ୍ଦରପୁର କଲେଜରେ “ନୂଆ-ଓ” ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

କଟକ ସଦର, ୨୯ /୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ସରକାରଙ୍କ ପକ୍ଷରୁ କନ୍ଦରପୁର କଲେଜରେ ” ନୂଆ-ଓ” ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଭାଷା ସାହିତ୍ୟ ଏଵଂ ଜଗନ୍ନାଥ ସଂସ୍କୃତି ଉପରେ ପ୍ରତିଯୋଗିତା ଆଜି ସୋମବାର ଦିନ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ଅଧ୍ୟକ୍ଷା ପ୍ରଣତି ପଟ୍ଟନାୟକଙ୍କ ପୈ।ରୋହିତ୍ୟରେ ଏଵଂ ଡ଼ଃ ନମିତା ପଟ୍ଟନାୟକ ଓ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ଵାଳଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନା ଚକ୍ରରେ ମୂଖ୍ୟ ଅତିଥି ଭାବେ ଶାନ୍ତି ନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ବୈଷ୍ଣବ ସାମଲ, ମୂଖ୍ୟ ବକ୍ତା ଭାବେ ଡ଼ଃ ଅଭୟ କୁମାର ବାରିକ ପ୍ରମୁଖ ଯୋଗ ଦେଇ ଭାଷାର ବିକଶିତ ସାହିତ୍ୟ ଦ୍ୱାରା ସମ୍ଭବ ଵୋଲି ଆଲୋଚନାରେ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ବିଷ୍ଣୁ ପ୍ରିୟା ରାଉତରାୟ, ଡ଼ଃ ଅଲେଖ ଚନ୍ଦ୍ର ସାହୁ, ପ୍ରାଶାସନିକ ଅଧିକାରିଣୀ ଡ଼ଃ ସ୍ମିତା ମହାନ୍ତି, ନୋଡାଲ ଅଫିସର ଅଧ୍ୟାପିକା ଵିଶ୍ୱକଲ୍ୟାଣୀ ବେହେରା ପ୍ରମୁଖ ଜଗନ୍ନାଥ ସଂସ୍କୃତିର ଚେତନା ସୃଷ୍ଟି ପାଇଁ ପ୍ରଚାର ପ୍ରସାର ଦିଗରେ ଆଲୋକପାତ କରିଥିଲେ। ଶେଷରେ ଶୁଭସ୍ମିତା ସାହୁ ଧନ୍ୟବାଦ ଦେଇଥିଲେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସମେତ କର୍ମଚାରୀଙ୍କ ସମେତ ଆଇ ଟି ବିଭାଗ ମୂଖ୍ୟ ଏସ୍ ଚକ୍ରବର୍ତ୍ତୀ, ଜିତେନ୍ଦ୍ର ସାହୁ, ସଂଗ୍ରାମ ବେହେରା, ବୈଦ୍ୟନାଥ ପଣ୍ଡା ପ୍ରମୁଖ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *