ବାଇଁଶିରିଆରେ ଶୀତ ଉତ୍ସବ ଅନୁଷ୍ଟିତ ।

ଯାଜପୁର ,୨୮/୦୧/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ):- ସଂଗୀତ ମାଧ୍ୟମରେ ଶୀତୁଆ ସନ୍ଧ୍ୟାଙ୍କୁ ଉପଭୋଗ କରିବା ପାଇଁ ରିଏଲଟ୍ୟୁନ୍ ସୋସିଓ କଲଚରାଲ ଅର୍ଗାନାଇଜେସନ ପକ୍ଷରୁ  ବାଇଁଶିରିଆ ପଂଚାୟତ, ଅଧିକାରୀ ସାହି ଦଧିବାବନ ଜିୟୁ ମନ୍ଦିର ନିକଟ ରେ ଏକ ଶୀତ ଉତ୍ସବ କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି । ଆୟୋଜିତ ବିଶେଷ ସଙ୍ଗୀତ ସନ୍ଧ୍ୟା କୁ ଉପଭୋଗ କରିଥିଲେ ସ୍ଥାନୀୟ ଅଞ୍ଚଳ ର ଲୋକେ ଓ କଳାକାର । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ  ପକ୍ଷରୁ ସ୍ଥାନୀୟ ଅଞ୍ଚଳ ର ବହୁ  ପ୍ରତିଭା ସମ୍ପନ୍ନ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା ।

କଳାକାର ଓ କଳା କୁ ଓଡ଼ିଶାରେ କୋଣ ଅନୁକୋଣ ରେ ପ୍ରସାର କରାଇବା ଅନୁଷ୍ଠାନ ର ପ୍ରମୁଖ ଲକ୍ଷ ବୋଲି ଅର୍ଗାନାଇଜେସନ୍ ର ପ୍ରତିଷ୍ଠାତା ତଥା ଜିଲ୍ଲା ର ଉଦ୍ଦିୟ ମାନ ଜଣାଶୁଣା ଯୁବ ତବଲା ବାଦକ ଜଗନ୍ନାଥ ଦାଶ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *