ଓଡ଼ିଶା ସମାଚାର

ଭଂଜନଗର ବିଜୁ ପଟ୍ଟନାୟକ ପାର୍କରେ ଖୋଲିବ ପର୍ଯ୍ୟଟକ ସୁବିଧା କେନ୍ଦ୍ର

ଭଂଜନଗର ବିଜୁ ପଟ୍ଟନାୟକ ପାର୍କରେ ଖୋଲିବ ପର୍ଯ୍ୟଟକ ସୁବିଧା କେନ୍ଦ୍ର

ଭଂଜନଗର ବିଜୁ ପଟ୍ଟନାୟକ ପାର୍କରେ ଖୋଲିବ ପର୍ଯ୍ୟଟକ ସୁବିଧା କେନ୍ଦ୍ର
June 08
14:11 2017

ଭୁବନେଶ୍ୱର, ୦୮/୦୬/୨୦୧୭(ଓଡ଼ିଶା ସମାଚାର) – ଗଞ୍ଜାମ ଜିଲ୍ଲା ଭଂଜନଗରଠାରେ ଥିବା ବିଜୁ ପଟ୍ଟନାୟକ ଉଦ୍ୟାନ ପରିସରରେ ଏକ ପର୍ଯ୍ୟଟକ ସୁବିଧା କେନ୍ଦ୍ର ନିର୍ମାଣ କରାଯିବ ବୋଲି ସ୍ଥିର କରାଯାଇଛି । ବୁଧବାର ପୂର୍ବାହ୍ନରେ ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ସୁବିଧା କେନ୍ଦ୍ର ନିର୍ମାଣ ବାବଦରେ ଆଲୋଚନା ହୋଇଛି । ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସୂଚନା ତଥା ଲୋକସଂପର୍କ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଓ ପର୍ଯ୍ୟଟନ ତଥା ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଉପରୋକ୍ତ ନିଷ୍ପତି ନିଆଯାଇଛି । ଭଂଜନଗରସ୍ଥିତ ବିଜୁ ପଟ୍ଟନାୟକ ପାର୍କ ପରିସରରେ ନିର୍ମିତ ହେବାକୁ ଥିବା ଏହି ପର୍ଯ୍ୟଟକ ସୁବିଧା କେନ୍ଦ୍ରରେ ବିଶ୍ରାମ କକ୍ଷ, ରହଣି ପାଇଁ କୋଠରୀ, ଫୁଡ୍ ପାର୍କ, ପ୍ରସାଧନ ଓ ପରିଚର୍ଯ୍ୟା ଗୃହ, କ୍ୟାନଟିନ୍, ପରିଚାଳକଙ୍କ ପ୍ରକୋଷ୍ଠ ସମେତ ଅନ୍ୟାନ୍ୟ ସୁବିଧାସୁଯୋଗ ଉପଲବ୍ଧ ହେବ । ଉଲ୍ଲେଖଯୋଗ୍ୟ ଯେ, ବିଜୁ ପଟ୍ଟନାୟକ ଉଦ୍ୟାନରେ ଟୟ ଟ୍ରେନ୍, ଅ ।କ୍ୱାରିୟମ୍, ନୌଚାଳନା ସୁବିଧା, ମୁ୍ୟଜିକ୍ ଫାଉେଂଟନ୍ ଓ ବିଜ୍ଞାନ ପାର୍କ ଇତ୍ୟାଦି ଆମୋଦପ୍ରମୋଦ ସୁବିଧା ରହିଛି । ଦୈନିକ ପ୍ରାୟ ହଜାରେ ଲୋକ ଏହି ଉଦ୍ୟାନକୁ ପରିଦର୍ଶନରେ ଆସିଥାନ୍ତି । ପର୍ଯ୍ୟଟନ ସୁବିଧା କେନ୍ଦ୍ର ସ୍ଥାପିତ ହେଲେ ସମସ୍ତଙ୍କୁ ଅଧିକ ସୁବିଧାସୁଯୋଗ ମିଳିବ । ସୁବିଧା କେନ୍ଦ୍ର ନିର୍ମାଣ ବାବଦରେ ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟ କରାଯିବ । ବୈଠକରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଆରତୀ ଆହୂଜା, ନିର୍ଦ୍ଧେଶକ ନିତୀନ ଭାନୁଦାସ ଜୱାଲେ, ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ସରୋଜ ମିଶ୍ର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସନାତନ ନାୟକ ଓ ସ୍ଥପତି ସ୍ୱାଗତ ଜେନାଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ପର୍ଯ୍ୟଟନସ୍ଥଳୀର ମାନ୍ୟତା ଅର୍ଜନ କରିଥିବା କୁଲାଡରେ ଭିତିଭୂମି ବିକାଶ ଉପରେ ମଧ୍ୟ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

eight − 4 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...