ବାଲିଗୁଡ଼ା ଆଦର୍ଶ ପୋଖରୀରେ ବୋଟିଂ ବ୍ୟବସ୍ଥା ଓ କଲେଜ ନିକଟରେ ଆକର୍ଷଣୀୟ ସେଲ୍ଫି ପଏଣ୍ଟ ଉଦଘାଟିତ 

ବାଲିଗୁଡ଼ା:୨୭/୦୧/୨୪:(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁଦାନ କ୍ରମେ ବିକାଶ ପଥରେ ଆଗରେ ଚାଲିଛି ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ । କନ୍ଧମାଳ ଜିଲ୍ଲରେ ପ୍ରଥମ ଥର ପାଇଁ ବାଲିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟସ୍ଥ ଆଦର୍ଶ ପୋଖରୀରେ ଆରମ୍ଭ ହୋଇଛି ବୋଟିଂ ବ୍ୟବସ୍ଥା । ଏଥିସହିତ ଅଞ୍ଚଳବାସୀଙ୍କ ପାଇଁ ମନୋରଞ୍ଜନ ପାଇଁ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ନିକଟରେ ନିର୍ମାଣ ହୋଇଛି ମନଲୋଭା ସେଲ୍ଫି ପଏଣ୍ଟ୍ । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ଓ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଉପସ୍ଥିତରେ ଏହାର ଶୁଭ ଉଦଘାଟନ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ବାଲିଗୁଡ଼ାର ଉନ୍ନତି ପାଇଁ ଅନେକ ଅର୍ଥ ମଞ୍ଜୁରୀ କରିଛନ୍ତି । ଯାହା ଫଳରେ ଆଜି ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ଓ୍ବାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି । ଏଥିସହିତ ସହରକୁ ସୌନ୍ଦର୍ଯ୍ୟ କରଣ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଯୋଗୁଁ ଏନ୍ଏସି ଗଠନ ହେବାପରେ ଗତ ଆଠ ବର୍ଷ ମଧ୍ୟରେ ବାଲିଗୁଡ଼ାର ଅନେକ ବିକାଶ ହୋଇପାରିଛି । ଏଣୁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏନଏସି ଏବଂ ଦଳ ପକ୍ଷରୁ ଧନ୍ୟବାଦ ଜଣାଯାଇଛି  । ସେପଟେ ସମସ୍ତ ଜନ ପ୍ରତିନିଧିଙ୍କ ପୂର୍ଣ୍ଣ ସହଯୋଗ ମିଳିବାରୁ ଆମେ ବାଲିଗୁଡ଼ା ସହରର ସୌନ୍ଦର୍ଯ୍ୟ କରଣ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିପାରିଛୁ ବୋଲି କହିଛନ୍ତି ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା । ଏହି ଅବସରରେ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ସାଂସଦ ପ୍ରତିନିଧିଙ୍କ ସମେତ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତିଲତା ନାୟକ, ସମସ୍ତ ଓ୍ବାର୍ଡ କାଉନସିଲର ଓ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *