ନୂଆ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ସାଂସଦଙ୍କୁ ଭେଟିଲେ କ୍ରିୟାନୁଷ୍ଠାନ କମିଟି 

ନିରାକାରପୁର, ୨୭/୦୧/୨୦୨୪ (ଓଡ଼ିଶା ସମାଚାର)- ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟିର ତରଫରୁ ନୂଆ  ୩ଟି ଏକ୍ସପ୍ରେସ ଟ୍ରେନର ରହଣୀ ପାଇଁ  ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ଆଜି ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛି। ସାଂସଦ ସବୁ କଥା ଶୁଣିବା ପରେ ନିର୍ବାଚନ  ପୂର୍ବରୁ ଗୋଟିଏ ଟ୍ରେନ ରହିବା ପାଇଁ ଚେଷ୍ଟା କରିବେ ଏବଂ ଆଉ ୨ଟି ଟ୍ରେନ ନିର୍ବାଚନ ପରେ ରହିବା ପାଇଁ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଯଥାଶିଘ୍ର ଏଥିପାଇଁ ପଦକ୍ଷେପ ନେବେ ବୋଲି ମତବ୍ୟକ୍ତ କରିଥିଲେ।କ୍ରିୟାନୁଷ୍ଠାନ କମିଟି  ପକ୍ଷରୁ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି  ସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ , ସମ୍ପାଦକ ବିଜୟ କୁମାର ଜୟସିଂହ , ସଭ୍ୟ ପ୍ରକାଶ ବଳିୟାରସିଂହ, ଦୀପକ କୁମାର ପ୍ରଧାନ,କପିଳେଶ୍ଵର ସିଂହ, ବିପିନ କୁମାର ରାଉତରାୟ ଓ ଉମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *