ଓଡ଼ିଶା ସମାଚାର

“ସ୍ୱାସ୍ଥ୍ୟାୟନ” ଅବହେଳିତ, ନିଷ୍ପେସିତ, ଗରିବ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବ

 Current News
  • କାର୍ତିକ ଆରଏସଏସ ର ସଦସ୍ୟ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ଗତକାଲି କୁମ୍ଭାରୀ ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କଲାବେଳେ କାର୍ତିକ ମେହେର ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ବିଜେଡି ତରଫରୁ ଏହାକୁ...
  • ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ନେଇ ପୋଲିସ ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥôନୀ ରୀତା ସାହୁଙ୍କ ପାଇଁ ପ୍ରଚାରରେ ଯାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରକୁ ବରପାଲ୍ଲୀ ବ୍ଲକ କୁମ୍ଭାରୀ ଗ୍ରାମ ଠାରେ ଗତକାଲି ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀର ପକେଟ୍ରୁ ବିଜେପିର...
  • ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ             ସାରସ୍ୱତ ସ୍ରଷ୍ଟାମାନେ ସମାଜ ସଚେତନ ହେବାକୁ ଆହ୍ୱାନ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-  ବାଲେଶ୍ୱରରୁ ନିୟମିତ ପ୍ରକାଶିତ ହେଉଥିବା ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ସମାରୋହ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଭା...
  • କେନ୍ଦ୍ରମନ୍ତ୍ରୀ ରାମକି୍ରଷ୍ଣପାଲ ଯାଦବଙ୍କୁ ସ୍ୱାଗତ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-ଗାଇ ସିଲଟ ବ୍ଲକ ଅନ୍ତର୍ଗତ ଜଗଲଘାଟ ପଂଚାୟତରେ ଏକ ନିର୍ବାଚନୀ ସଭାରେ ବରଗଡ଼ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସମ୍ପାଦକ ସୁରେଶ ପୂଜାରୀ, ଚିତରଞ୍ଜନ କଂସ, ଲକ୍ଷ୍ମଣ ଭୋଇ, ଆଲେକଜାଣ୍ଡର ଦାସ, ସୁଜାତା ବାରିକ,...
  • ଶିକ୍ଷୟତ୍ରୀ ବିଦ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି ବେଙ୍ଗାମୁଣ୍ଡା,୨୧/୦୨/୨୦୧୮ (ଓଡ଼ିଶା ସମାଚାର/ଅଶୋକ ନାରାୟଣ ଭୋଇ)-ସରକାର ସମସ୍ତ ଙ୍କ ପାଇଁ ମାଗଣା ଏବଂ ବାଧ୍ୟତା ମୂଳକ ଶିକ୍ଷା ର ବ୍ୟବସ୍ଥା କରିବା ସହ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟଭିମୁଖୀ ଲକ୍ଷ୍ୟରେ  ମାଗଣାରେ ପାଠ୍ୟ ପୁସ୍ତକ ବଂଟନ, ପୋଷାକ, ମଧ୍ୟାହ୍ନ ଭୋଜନ ଆଦି...

“ସ୍ୱାସ୍ଥ୍ୟାୟନ” ଅବହେଳିତ, ନିଷ୍ପେସିତ, ଗରିବ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବ

February 20
06:01 2018

Swasthyana
ଭୁବନେଶ୍ୱର, ୨୦/୦୨/୨୦୧୮ (ଓଡ଼ିଶା ସମାଚାର)- “ସ୍ୱାସ୍ଥ୍ୟାୟନ” ଅବହେଳିତ, ନିଷ୍ପେସିତ, ଗରିବ ଜନସାଧାରଣଙ୍କୁ  ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଦୃଢ ସଂକଳ୍ପ ନେଇ ନୂତନ ଭାବରେ ଗଠନ ହୋଇଛି ଏହି ଅନୁଷ୍ଠାନ । ସ୍ୱାସ୍ଥ୍ୟସେବା ଯୋଗାଇବାର ଅର୍ଥ ହେଲା ପ୍ରତ୍ୟକ୍ଷଭାବରେ ଭଗବାନଙ୍କର ସେବା କରିବା । ଆଜିର ଏହି ବ୍ୟୟବହୁଳ ସମାଜରେ ଏବଂ ଆଧୁନିକତାର ପରିବେଷ୍ଟନୀ ମଧ୍ୟରେ କୃତ୍ରିମ ଓ ବିଷାକ୍ତ ଖାଦ୍ୟଗ୍ରହଣ ଏବଂ ଅସନ୍ତୁଳିତ ଜୀବନଚର୍ୟ୍ୟା ଫଳରେ ମଣିଷ ବହୁତ ପ୍ରକାର ଅସାଧ୍ୟ ରୋଗବ୍ୟାଧିରେ ପୀଡ଼ିତ ହେଉଛି । ଯେଉଁମାନେ ଆର୍ଥôକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିବିଶେଷମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଆମର ମୂଳ ଲକ୍ଷ୍ୟ । ସୋମବାର ଠାରୁ  ଆରମ୍ଭ ହେଉଥିବା ଏହି ଅନୁଷ୍ଠାନ ଆଗାମୀ ଦିନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବିକଳ୍ପ ଏବଂ ଉଦାହରଣ ସୃଷ୍ଟି କରିବ । ବିଶେଷତଃ ବ୍ୟୟ ବହୁଳ ରୋଗ ଏବଂ ଦୁରାରୋଗ୍ୟ ଏବଂ ଦୁଃସାଧ୍ୟ ରୋଗ ଯୋଗୁଁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିମାନେ ସମାଜରେ ବହୁ ହଇରାଣ ହରକତ ହେଉଛନ୍ତି । ସେମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆମେ ସଂକଳ୍ପବଦ୍ଧ । ସରକାରୀ ଓ ବେସରକାରୀ ମେଡ଼ିକାଲରେ ରୋଗୀମାନଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଯଦି କୌଣସି ଅସୁବିଧା ଥାଏ, ତବେ ଆମର ସଂକଳ୍ପ ରହିବ ଏହାର ଯଥାସାଧ୍ୟ ସମାଧାନ । କ୍ୟାନ୍ସର ଓ ଅନ୍ୟାନ୍ୟ ବ୍ୟୟ ବହୁଳ ଅସାଧ୍ୟ ଗରିବ ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ୟ୍ୟନ୍ତ ଚିକିତ୍ସା ଯୋଗାଇବା ଆମର ପ୍ରଥମ ଲକ୍ଷ୍ୟ । ଏହି ପର୍ୟ୍ୟାୟରେ ଆଜି ‘ସ୍ୱାସ୍ଥ୍ୟାୟନ’ ଅନୁଷ୍ଠାନର ଶୁଭାରମ୍ଭ । ଏହି ସଂଗଠନକୁ ଆମେ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ମଧ୍ୟ ନିମନ୍ତ୍ରଣ କରୁଛୁ । ଆମର ଏହି କାର୍ୟ୍ୟକ୍ରମରେ ବହୁ ସାମାଜିକ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତିମାନେ ସହଯୋଗ କରିବା ପାଇଁ ସ୍ୱୀକୃତି ମଧ୍ୟ ଦେଇଛନ୍ତି । ଏହି କାର୍ୟ୍ୟକ୍ରମରେ ମୁମ୍ବାଇର ପୂର୍ବତନ ପୋଲିସ୍ ମହାନିର୍ଦ୍ଧେଶକ ଶ୍ରୀଯୁକ୍ତ ଅରୁପ ପଟ୍ଟନାୟକ ଉଦ୍ଘାଟକ ଭାବେ ଯୋଗ ଦେଇଥିଲେ । ଅତିରିକ୍ତ ପୋଲିସ୍ ମହାନିର୍ଦ୍ଧେଶକ ଶ୍ରୀଯୁକ୍ତ ପ୍ରାଣବିନ୍ଦୁ ଆଚାର୍ୟ୍ୟ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ରୂପେ ଶ୍ରୀମତୀ ବବିତା ଆଚାର୍ୟ୍ୟ, ସମ୍ ହସ୍ପିଟାଲର ସୁପରିନ୍ଟେଣ୍ଡେ ଶ୍ରୀଯୁକ୍ତ ପୁଷ୍ପରାଜ ସାମନ୍ତରାୟ, କିମ୍ସର ପୂର୍ବତନ ସିଇଓ ଶ୍ରୀଯୁକ୍ତ ରବିନାରାୟଣ ସାମନ୍ତ, ଉଚ୍ଚଶିକ୍ଷା ବିଭାଗର ଆଳିକ ନିର୍ଦ୍ଧେଶକ ଡ. ଦେବବ୍ରତ ମହାନ୍ତି, ମଧୁମେହ ରୋଗ ବିଶେଷଜ୍ଞ ଶ୍ରୀଯୁକ୍ତ ଧୀରଜ କୁମାର ପଣ୍ଡା ଓ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଧୀରେନ କରଙ୍କ ଅଧ୍ୟକ୍ଷତାରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ବାସୁଦେବ ଭଟ୍ଟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଧନ୍ୟବାଦ ଦେଇଥିଲେ ଶ୍ରୀଯୁକ୍ତ ମନୋଜ ଜେନା । ଅନୁଷ୍ଠାନର ସଦସ୍ୟ ଶ୍ରୀଯୁକ୍ତ ଶ୍ରୀପତୀ ଶ୍ରୀଚନ୍ଦନ, ଶ୍ରୀନୀବାସ, ହରିହର ସ୍ୱାଇଁ, ଇତିଶ୍ରୀ ଦକ୍ଷିତ୍, ପ୍ରସନ୍ନ ବିଶୋଇ, ଲକ୍ଷ୍ମୀକାନ୍ତ ରଥ,  ଶ୍ରୀ ଶଶୀଭୂଷଣ ପାତ୍ର, ସଞ୍ଜୟ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

12 − six =