ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର,୨୭/୦୧/୨୦୨୪ (ଓଡ଼ିଶା ସମାଚାର)-  ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ଓଟିଡ଼ିସି ପରିସରରେ ପାଳିତ ହୋଇଯାଇଛି । ଓଟିଡ଼ିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିବା ସହ ଭାରତର ସମ୍ବିଧାନ ଓ ଦେଶରେ ଗଣତନ୍ତ୍ରର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । ମହାନ ସଂଗ୍ରାମୀମାନଙ୍କ ତ୍ୟାଗ, ତପସ୍ୟା ଓ ବଳିଦାନକୁ ସ୍ମରଣ କରିବା ସହ ଏକ ସଶକ୍ତ, ସମୃଦ୍ଧ ଏବଂ ନୂଆ ଓଡିଶା ଗଠନରେ ବ୍ରତୀ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ ।

            ସେହିଭଳି ଓଟିଡିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଏବଂ ଜେନେରାଲ ମ୍ୟାନେଜର ଡଃ ଲଲାଟେନ୍ଦୁ ସାହୁ ପ୍ରମୁଖ ଯୋଗଦେଇ ଗଣତନ୍ତ୍ରର ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ ।

            ଏହି ଅବସରରେ ଓଟିଡିସିର ବିଭିନ୍ନ ବିଭାଗୀୟ ମୁଖ୍ୟ, ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *