ଟ୍ରଷ୍ଟ ପକ୍ଷରୁ ମରଡପୁର ମୁଣ୍ଡାବସ୍ତିରେ ଶୀତବସ୍ତ୍ର ବଂଟନ

କେନ୍ଦ୍ରାପଡ଼ା, ୨୫/୦୧/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ୟାମସୁନ୍ଦରପୁର ପଂଚାୟତର ମରଡପୁରସ୍ଥିତ ମୁଣ୍ଡାବସ୍ତିରେ ଶୀତବସ୍ତ୍ର କମ୍ବଳ, ପିଲାମାନଙ୍କୁ ସାର୍ଟପ୍ୟାନ୍ଟ୍ ଓ ବିସ୍କୁଟ ବଂଟନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାର ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ସେଠାରେ ପହଂଚି ବସ୍ତିର ବୃଦ୍ଧ,ବୃଦ୍ଧାଙ୍କ ସମେତ ପ୍ରତ୍ୟେକ ପରିବାରର ସଦସ୍ୟମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିବା ସହ ଛୋଟପିଲାମାନଙ୍କୁ ସାଟପ୍ୟାନ୍ଟ ସହ ବିସ୍କୁଟ ପ୍ରଦାନ କରିଥିଲେ । ଏଥିସହିତ ବସ୍ତିର ପିଲାମାନଙ୍କୁ ପାଠ ପଢିବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ସ୍ୱୟଂଭୁବ ଦାସ, ସାମ୍ବାଦିକ ଚିତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *