ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ପ୍ରାପ୍ତ କେନ୍ଦ୍ରାପଡାର ସାହାଦତଙ୍କୁ ୫-ଟି ଅଧ୍ୟକ୍ଷଙ୍କ ଶୁଭେଛା

କେନ୍ଦ୍ରାପଡ଼ା, ୨୫/୦୧/୨୦୨୪ (ଓଡ଼ିଶା ସମାଚାର)- ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ଛାତ୍ର ସାହାଦତ ଖାନ ଅନ୍ତର୍ଜାତୀୟ ଦୈାଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ସେ ଆମ କେନ୍ଦ୍ରାପଡା ଜିଲା ପାଇଁ ଗୌରବ ଆଣିଦେଇଛନ୍ତି । ସେ ହେଉଛନ୍ତି କେନ୍ଦ୍ରାପଡାର ଆଥଲେଟିକ କୋଚ ସୌକତ ଖାନଙ୍କ ପୁତ୍ର । ସାହାଦତର କ୍ରୀଡା ପ୍ରତି ଆଗ୍ରହ ରହିଥିବାରୁ ଓ ପ୍ରତ୍ୟେହ ସକାଳୁ ସେ ଅଭ୍ୟାସ ଜାରି ରଖିଥିବାରୁ ଆଜି ଅନ୍ତର୍ଜାତୀୟ ସ୍ତରରେ ପହଂଚି ଆମ ଜିଲା ପାଇଁ ଗୌରବ ଆଣି ପାରିଛି । ସାହାଦତ ନେପାଳରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଦୌଡ ପ୍ରତିଯୋଗିତାରେ ଓଡିଶାର ଅନ୍ୟ ପ୍ରତିଯୋଗୀମାନଙ୍କ ସହିତ ଯୋଗଦେଇ ସେଠାରୁ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହୋଇ ରାଜ୍ୟକୁ ଫେରିଥିଲେ । ନେପାଳ ଯିବା ପୂର୍ବରୁ ସାହାଦତ ନବୀନ ନିବାସରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ସାକ୍ଷାତ କରିଥିବା ବେଳେ ଶ୍ରୀ ପାଣ୍ଡିଆନ ତାଙ୍କର ଶୁଭକାମନା କରିଥିଲେ । ଏଥିସହିତ ଜିଲାପାଳ ସାହାଦତଙ୍କୁ ନେପାଳ ଯିବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ନେପାଳରୁ ଫେରିବା ପରେ ଜନ୍ମମାଟି କେନ୍ଦ୍ରାପଡାରେ ସାହାଦତଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହାପରେ ସାହାଦତ ପୁନର୍ବାର ରାଜ୍ୟ ୱାକଫ ବୋର୍ଡର ଅଧ୍ୟକ୍ଷ ସେକ ନିଜାମୁଦ୍ଧିନ ଓ କେନ୍ଦ୍ରାପଡା ଜିଲା ବିଜେଡି ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ମହମ୍ମଦ ସେକ ଇନାୟତ(ଚନ୍ଦନ)ଓ ସ୍କୁଲର ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ସହ ଭୁବନେଶ୍ୱର ଯାଇ ନବୀନ ନିବାସରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଭେଟିଛନ୍ତି । ଶ୍ରୀ ପାଣ୍ଡିଆନ ସାହାଦତକୁ ଶୁଭେଛା ଜଣାଇ ଆଶିର୍ବାଦ କରି ତାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସାହାଦତକୁ ଚକୋଲେଟ ଦେଇଥିଲେ ।

Leave a Reply

Your email address will not be published. Required fields are marked *