ବାଲିଗୁଡ଼ାରେ ୧୪ତମ ଜାତୀୟ ଭୋଟର ଦିବସ ପାଳିତ

ବାଲିଗୁଡ଼ା,୨୫/୦୧/୨୪:(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଜାତୀୟ ଭୋଟର ଦିବସ  ଅବସରରେ ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ “ଭୋଟ୍ ଦେବା ଗଣତନ୍ତ୍ର ସୁଦୃଢ କରିବା” ଥିମ୍ ନେଇ ଟାଉନ ହଲ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଓ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତରେ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ୧୪ ତମ ଭୋଟର ଦିବସ ଅବସରରେ ନୁଆ ଯୁବ ଭୋଟର ମାନଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରିବା ସହ ନିର୍ଭିକ ଭାବେ ଭୋଟ୍ ଦେବା ଓ ଗଣତନ୍ତ୍ରକୁ ସୁଦୃଢ଼ କରିବା ନେଇ ଏକ ଶପଥ ପାଠ କରାଯାଇଥିଲା । ଏଥିରେ ଉପଖଣ୍ଡର ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଯୁବକ, ଯୁବତୀ, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *