ଓଡ଼ିଶା ସମାଚାର

ତାଜା ଖବର :ଲାଂଚ ନେବାବେଳେ ବରିଷ୍ଠ କିରାଣୀ ଭିଜିଲାନ୍ସ ହାତରେ ଧରାପଡ଼ିଲେ

 Current News

ତାଜା ଖବର :ଲାଂଚ ନେବାବେଳେ ବରିଷ୍ଠ କିରାଣୀ ଭିଜିଲାନ୍ସ ହାତରେ ଧରାପଡ଼ିଲେ

February 13
21:24 2018

କଟକ,୧୩/୦୨/୨୦୧୮ (ଓଡ଼ିଶା ସମାଚାର)- ସମ୍ପ୍ରତି ଆଜି କେନ୍ଦ୍ରାପଡ଼ା ଜିଲା କାର୍ଯ୍ୟାଳୟର ଏଡ଼ିଏମ ଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଶୁଭେନ୍ଦୁ କୁମାର ତ୍ରିପାଠୀ ୧୫୦୦ ଟଙ୍କା ଲଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ।
ରାଜ୍ୟ ଭିଜିଲାନ୍ସ ନିର୍ଦ୍ଧେଶାଳୟରୁ ପ୍ରାପ୍ତ ସୂଚନା ଅନୁସାରେ ଡ଼େରାବିଶ ବ୍ଲକ୍ ଅନ୍ତର୍ଗତ  ହଳଦିଆ ଆଦର୍ଶ ସ୍ୱରୋଜଗାର ଗ୍ରାମିଣ ମଣ୍ଡଳ ସମ୍ପାଦକ ନାରାୟଣ ବାରିକଙ୍କ ଠାରୁ ଆଜି ୧୫୦୦ ଟଙ୍କା ଲାଂଚ ନେଉଥିବାବେଳେ ପୂର୍ବ ଯୋଜନା ମୁତାବକ ସେଠାରେ ଜଗିଥିବା କଟକ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ତ୍ରିପାଠୀଙ୍କ ଟେବୁଲ ଡ଼୍ରୟାର ମଧ୍ୟରୁ ରାଷାୟନିକ ବୋଳା ଲାଚ ଟଙ୍କା ଜବତ କରି ରାଷାୟନିକ ପରୀକ୍ଷା କରିଥିଲେ । ଶ୍ରୀ ତ୍ରିପାଠୀଙ୍କକୁ ଗିରଫ କରାଯିବା ସହିତ ତାଙ୍କ ପାଟକୁରା ଥାନା Suvenduଅନ୍ତର୍ଗତ ଅନ୍ତେଇସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏ ସମ୍ପର୍କରେ କଟକ ଭିଜିଲାନ୍ସ କେଶ ନଂ ୩/୧୨.୨.୨୦୧୮ ରେ ଏକ ମାମଲା ରୁଜୁ ହୋଇଛି । ବିବରଣୀରୁ ପ୍ରକାଶ ଡ଼େରାବିଶ ବ୍ଲକ୍ ଅନ୍ତର୍ଗତ  ହଳଦିଆ ଆଦର୍ଶ ସ୍ୱରୋଜଗାର ଗ୍ରାମିଣ ମଣ୍ଡଳ ସମ୍ପାଦକ ନାରାୟଣ ବାରିକ ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ ୧୮୬୦ ରେ ଏକ ଏନଜିଓ ରେଜିଷ୍ଟ୍ରେସନ୍ ପାଇଁ ଦରଖାସ୍ତ କରିଥିଲେ । ବହୁବାର ଶ୍ରୀ ବାରିକ୍ ଶ୍ରୀ ତ୍ରିପାଠୀଙ୍କୁ ଉକ୍ତ ସାର୍ଟିଫିକେଟ ପାଇଁ ଫାଇଲ କାର୍ଯ୍ୟ କରିବା ପାଇଁ ନିବେଦନ କରିଥିଲେ । ଶ୍ରୀ ତି୍ରପାଠୀ ଏଥିପାଇଁ ୨ ହଜାର ଟଙ୍କା ଲାଂଚ ଦାବି କରିଥିଲେ । ଶେଷରେ ୧୫୦୦ ଟଙ୍କା ନିହାତି ଦରକାର ବୋଲି ଶ୍ରୀ ତ୍ରିପାଠୀ କହିଥିଲେ । ଏହାପରେ ଶ୍ରୀ ବାରିକ କଟକ ଭିଜିଲାନ୍ସ ଏସପି ଙ୍କୁ ଜଣାଇବା ପରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀମାନେ ରାସାୟନିକ ବୋଳା ୧୫୦୦ ଟଙ୍କା ଶ୍ରୀ ବାରିକଙ୍କୁ ଦେଇ ସେହି ଟଙ୍କା କିରାଣୀ ଶ୍ରୀ ତ୍ରିପାଠୀଙ୍କୁ ଦେବାପପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ବାରିକ ଯେତେବେଳେ ଶ୍ରୀ ତ୍ରିପାଠୀଙ୍କୁ ଭିଜିଲାନ୍ସ ଅଧିକାରୀଙ୍କ ଠାରୁ ନେଇଥିବା ୧୫୦୦ ରାସାୟନିକବୋଲା ଟଙ୍କା ଦେଲେ ସେ ଉକ୍ତ ଟଙ୍କା ଗ୍ରହଣ କରି ତାଙ୍କ ଟେବୁଲ ଡ଼୍ରୟାର ରେ ରଖିବା ପରେ ସେଠାରେ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ତ୍ରିପାଠୀଙ୍କ ଟେବୁଲ ଡ଼୍ରୟାରରୁ ଲାଂଚ ୧୫୦୦ ଟଙ୍କା ଜବତ କରି ରାସାୟନିକ ପରୀକ୍ଷା କରିବା ପରେ ଶ୍ରୀ ତ୍ରିପାଠୀଙ୍କୁ ଗିରଫ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

nineteen − 14 =