ବନ୍ଧୁ ମାନେ ଏକାଠି ହେଲେ ମନ୍ଦିର ପରିସର ସଫେଇ କଲେ

ନିରାକାରପୁର, ୨୨/୦୧/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଛତ୍ରପଡା ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୮୫ ମସିହା ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ଓ ଅତିଥି ସତ୍କାର ସହିତ ସ୍ୱଚ୍ଛ ଭାରତର କାର୍ଯ୍ୟକ୍ରମ ଖୋର୍ଦ୍ଧା ଜ଼ିଲ୍ଲା ଟାଙ୍ଗି ବ୍ଲକର ବରିଷ୍ଠ ଇଂରାଜୀ ବିଭାଗ ଶିକ୍ଷକ ଗୋଦାବରୀଶ ସାମନ୍ତସିଂହାରଙ୍କ ନେତୃତ୍ୱରେ ବେଗୁନିଆ ବ୍ଲକ ହଜ ଗ୍ରାମ ପଂଚାୟତ ଅନ୍ତର୍ଗତ ନିଧିପୁର ଗ୍ରାମର ମା ‘ ଜାଗେଶ୍ବରୀ ଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ଛତ୍ରପଡା ମଧ୍ୟ ଇଂରାଜୀ ପୂର୍ଵତନ ପ୍ରଧାନ ଶିକ୍ଷକ ଓ ଖୋର୍ଦ୍ଧା ଜ଼ିଲ୍ଲା ଶିକ୍ଷକ ନେତା ଶ୍ରୀ ଲିଙ୍ଗରାଜ ମହାପାତ୍ର, ବରିଷ୍ଠ ଶିକ୍ଷକ କେଦାରନାଥ ବାହିନୀପତି, ଶଗଡ଼ ଭଙ୍ଗା 5T ଶିକ୍ଷକ ଶ୍ରୀ ଜୟକୃଷ୍ଣ ବରାଡ଼, ରମାବିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଟୁଲୁ ମାଝୀ, ରମାବିଲି ହାଇସ୍କୁଲର ସୁକାନ୍ତି ବିଶୋଇ, ମାନସ ପାହାଡସିଂହ, ଟାଙ୍ଗି ବ୍ଲକ କାମାଗୁରୁ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରତାପ କୁମାର ପୃଷ୍ଟି ଅତିଥି ଭାବେ ଯୋଗ ଦେଇ କୃଷ୍ଣ -ସୁଦାମା ଭଳି ବନ୍ଧୁତା ରହିବା ଉଚିତ ବୋଲି ମତାମତ ରଖିଥିଲେ । ଶେଷରେ ବନ୍ଧୁତାର ହାତକୁ ମଜଭୁତ କରିବା ପାଇଁ ପାର୍ବତୀ ସାମନ୍ତରାୟ ସ୍ୱଚ୍ଛ ଭାରତର ନେତୃତ୍ୱ ନେଇ ମନ୍ଦିର ପ୍ରାଙ୍ଗଣକୁ ପରିଷ୍କାର କରାଇଥିଲେ । ମନ୍ଦିରର ଉନ୍ନତି ପାଇଁ ମତ ରଖିଥିଲେ । ଟାଙ୍ଗି ବ୍ଲକ ଯୁବ ସିଆରସିସି ପ୍ରଶାନ୍ତ ମହାପାତ୍ର ବନ୍ଧୁତାର ମହତ୍ୱ ଓ ଉଦ୍ଧେଶ୍ୟକୁ କବିତା ମାଧ୍ୟମରେ ମତ ରଖିଥିଲେ । ଵାଲାମଣି ମଙ୍ଗରାଜ,ରଜନୀ ନାୟକ, ବସନ୍ତ ଶ୍ରୀଚନ୍ଦନ, ଅଶୋକ ମହାପାତ୍ର, ଲଷ୍ମୀଧର ମଙ୍ଗରାଜ ସମେତ ୫୦ ଜଣ ଯୋଗ ଦେଇଥିଲେ. ଶେଷରେ ଶ୍ରୀମତୀ ପାର୍ବତୀ ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କୃତଜ୍ଞତା ଜଣାଇ ଥିଲେ ।

Leave a Reply

Your email address will not be published. Required fields are marked *