ଓଡ଼ିଶା ସମାଚାର

୩୦ ଲକ୍ଷ ବଟି ମାଗିବା ଘଟଣା – ମା ବୈଦେହୀ ଅଏଲ ରିଫାଇନାରୀ ଶ୍ରମିକ ସଂଘର ସାମ୍ବାଦିକ ସମ୍ମିଳନୀ

 Current News

୩୦ ଲକ୍ଷ ବଟି ମାଗିବା ଘଟଣା – ମା ବୈଦେହୀ ଅଏଲ ରିଫାଇନାରୀ ଶ୍ରମିକ ସଂଘର ସାମ୍ବାଦିକ ସମ୍ମିଳନୀ

February 13
18:58 2018

Refinary Sramika Sangha
ପାରାଦୀପ ୧୩/୦୨/୨୦୧୮ (ଓଡ଼ିଶା ସମାଚାର)-ମା ବୈଦେହୀ ଅଏଲ ରିଫାଇନାରୀ ଶ୍ରମିକ ସଂଘ, ଇଫକୋ ସାରକାରଖାନା ଶ୍ରମିକ ସଂଘ, ଶ୍ରୀ ଲୋକନାଥ ତୈଳବିଶୋଧନାଗାର ଠିକାଦାର ସଂଘ, ଚୂନ-କତକୁଲା ଜମିହରା ଓ କ୍ଷତିଗ୍ରସ୍ତ ସଂଗଠନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଜଣାଇଛନ୍ତି ଯେ ଗତ ୮ତାରିଖରେ ପାରାଦୀପ ତୈଳବିଶୋଧନାଗାର ୧ନଂ ଫାଟକ ନିକଟରେ ଆମ୍ଭ ମା ବୈଦେହୀ ଅଏଲ ରିଫାଇନାରୀ ଶ୍ରମିକ ସଂଘର କର୍ମକର୍ତା ମାରୁତି ଟ୍ରାନସପୋର୍ଟ କମ୍ପାନୀର ଗାଡି ଡ୍ରାଇଭର ମାନଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ପରେ ଅଭୟଚାନ୍ଦ ଥାନା ପକ୍ଷରୁ ଏହାର ସମାଧାନ କରାଯାଇଥିଲା । ଏହି ଉଚ୍ଚବାଚର କାରଣ ଥିଲା ମାରୁତି ଟ୍ରାନ୍ସପୋର୍ଟର ମାଲିକ ବୈଦେହୀ ସଂଘର ଶ୍ରମିକ ମାନଙ୍କର ବକେୟା ୧ଲକ୍ଷ ୪୨ହଜାର ୭ଶହ ଟଙ୍କା ଦେଇନଥିବାରୁ । ମାତ୍ର ଏହି ଘଟଣାକୁ କେନ୍ଦ୍ର କରି କିଛି କୁଚକ୍ରାନ୍ତ କାରି ପୋଲିସକୁ ହାତବାରିଷ କରି ଆମ୍ଭ ସଂଗଠନର ଉପଦେଷ୍ଟା ତଥା ସମାଜସେବୀ ବିଜେୟ କୁମାର ସ୍ୱାଇଁ, ଠିକାଦାର ସଂଘର ସଭାପତି ଧିରେନ୍ଦ୍ର କୁମାର ସାମଲ ଓ ସୌଭାଗ୍ୟ ବିଶ୍ୱାଳ ପ୍ରମୁଖଙ୍କ ନାମରେ କେସ୍ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଉକ୍ତ ବ୍ୟକ୍ତିମାନେ ସେହିଦିନ ପାରାଦୀପରେ ଅନୁପସ୍ଥିତ ଥିବାବେଳେ  ସେମାନଙ୍କ ନାମରେ ମିଛ କେସ୍ କରାଯାଇ ସେମାନଙ୍କର ସମ୍ମାନ ପ୍ରତି ଆଂଚ ଆଣିବା ସହିତ ଆମ୍ଭ ସଂଗଠନ ଉପରେ ଲୋକମାନଙ୍କର ଥିବା ଆସ୍ଥା ଓ ଭରସାକୁ କ୍ଷୁ୍ର୍ଣ୍ଣ କରାଯାଇଛି । ପୋଲିସ ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରିବା ସହିତ ଆମ୍ଭ ସଂଗଠନର ଉପଦେଷ୍ଟା ତଥା ସମାଜସେବୀ ବିଜୟ କୁମାର ସ୍ୱାଇଁ, ଠିକାଦାର ସଂଘର ସଭାପତି ଧିରେନ୍ଦ୍ର କୁମାର ବିଶ୍ୱାଳ ଓ ସୌଭାଗ୍ୟ ବିଶ୍ୱାଳ ପ୍ରମୁଖଙ୍କୁ ଉକ୍ତ ମାମଲାରୁ ବାଦ୍ ଦିଆନଗଲେ ଆଗାମୀ ଦିନରେ ଆମ୍ଭେ ଡିଜି ଅଫିସ୍ ସମୁଖରେ ଧାରଣା ଦେବାକୁ ବାଧ୍ୟ ହେବୁ ସଂଗଠନର ସମସ୍ତ ସଭ୍ୟ ଦୃଢକ୍ତି ପ୍ରକାଶ କରିଛନ୍ତି ।   ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

16 + 10 =