ଲକ୍ଷେଶ୍ୱର ମହିଳା ମହାବିଦ୍ୟାଳୟରେ ଭାଷା ସାହିତ୍ୟ ପ୍ରତିଯୋଗିତା

ଫୁଳନଖରା ୨୧/୦୧/୨୦୨୪ (ଓଡ଼ିଶା ସମାଚାର)- ଫୁଲନଖରାସ୍ଥିତ ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଜଗନ୍ନାଥ ପ୍ରଚାର ପ୍ରସାର ପରିପ୍ରେକ୍ଷିରେ ‘ନୂଆ-ଓ’ ଯୋଜନା ମାଧ୍ୟମରେ ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ବିଭିନ୍ନ ପ୍ରତିଯୋଗିତାର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଯଶୋଧାରା ମହାପାତ୍ର ପୌରହିତ୍ୟ କରିଥିବା ବେଳେ ଅଧ୍ୟାପିକା ଅନସୂୟା ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାକ୍ତନ ପ୍ରାଧ୍ୟାପିକା ଝରଣା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଭାଷା ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ  ଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ହସ୍ତାକ୍ଷର, ପ୍ରବନ୍ଧ ଲିଖନ, ବକ୍ତୃତା, ଓଡ଼ିଆଣୀ ରନ୍ଧନ ପ୍ରଣାଳୀ, ଜଗନ୍ନାଥ ଭଜନ ଉପରେ ପର୍ଯ୍ୟବେଶିତ ଲୋକନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ନୋଡାଲ ଅଫିସର ଡଃ ପ୍ରଣୟ ବଲ୍ଲରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *